ବରଡି ଗ୍ରାମରେ ବନ ବିଭାଗର ଅତର୍କିତ ଚଢାଉ
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଟାଙ୍ଗୀ ରେଞ୍ଜ ବରଡି ଗ୍ରାମରେ ବନ ବିଭାଗର ଅତର୍କିତ ଚଢାଉ , ୩୦ ଘନ ଫୁଟ ମୂଲ୍ୟବାନ ଶାଗୁଆନ କାଠ ଜବତ,ଅଭିଯୁକ୍ତ ଫେରାର | ଟାଙ୍ଗୀ ରେଞ୍ଜର ବରଡି ଗ୍ରାମରେ ଚୋରା କାଠ କାରବାର ହେଉଥିବା ନେଇ ଖବର ପହଂଚିଥିଲା ବନ ବିଭାଗ ନିକଟରେ | ତୁରନ୍ତ ବନ ବିଭାଗ କର୍ମଚାରୀ ମାନେ କରିଥିଲେ ମିଳିତ ଚଢାଉ | ଟାଙ୍ଗୀ ବନ୍ୟ ପ୍ରାଣୀ ରେଞ୍ଜ ଅଫିସର ଚୁଡାରାଣୀ ମୂର୍ମୁ | ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଫିସର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିଲା ଚଢାଉ | ବରଡି ଗ୍ରାମର ଜଙ୍ଗଲରେ ଥିବା ଏକ ଗୋଚର ଜମିରେ ଚଢାଉ କରି ୩୦ ଘନ ଫୁଟ ଶାଗୂଆନ କାଠ ଜବତ କରିଛି ବନ ବିଭାଗ | ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି | ଏହି ଚଢାଉରେ ଫରେଷ୍ଟର ଅରୁଣା ମିଶ୍ର,ମୋହନ ଦେହୁରୀ,ସବିତା ପ୍ରଧାନ,ଫରେଷ୍ଟ ଗାର୍ଡପ୍ରଦୀପ କୁମାର ସାହୁ,ବିକ୍ରମ କୁମାର ଜେନା,ଦିଲିପ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ |
Comments are closed.