ଲକ୍ଷାଧିକ ଟଙ୍କାର କାଠ ଜବତ ସହ ଜଣେ ଅଟକ
ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ବନ କର୍ମଚାରୀମାନଙ୍କ ଦ୍ୱାରା ଏମଭି-୧୯ ଗ୍ରାମର ଜଣଙ୍କ ଘରେ ଅଚାନକ ଚଢାଉ କରି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟବାନ କାଠ ପଟ୍ଟା ଜବତ କରିବା ସହ ଜଣକୁ ଅଟକ ରଖିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ମାଲାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଏମଭି-୧୯ ଗ୍ରାମର ବଳରାମ ହିଆଲଙ୍କ ବାସଗୃହରେ ବନ କର୍ମଚାରୀମାନେ ଚଢାଉ କରି ମୂଲ୍ଯବାନ କାଠ ପଟ୍ଟା ଜବତ କରିବାରେ ସଫଳ ହୋଇଥିଲେ । ଜବତ କାଠ ମଧ୍ଯରେ ସାଗୁଆନ, ପିଆଶାଳ ଏବଂ ଜାମୁକୋଳି କାଠ ଗୁଡ଼ିକ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି । ସମୂଦାୟ ୪୧ଟି ସାଇଜ ଏବଂ ୩୮ଟି କାଠ ପଟ୍ଟାଗୁଡିକୁ ଜବତ କରାଯାଇଛି । ଅଭିଯୁକ୍ତ ବଳରାମ ହିଆଲଙ୍କୁ ମାଲକାନଗିରି ବନାଞ୍ଚଳ କଷ୍ଟଡିରେ ଅଟକ ରଖି ଅଧିକ ପଚରା ଉଚରା କରିବା ସହ ଅଧିକ ତଦନ୍ତ ଜାରି ରହିଛି ।
Comments are closed.