ଆଜି ନାମାଙ୍କନ ଭରିବେ ରାହୁଲ

କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନାମାଙ୍କନ କରିବା ପାଇଁ ରାହୁଲ ଗାନ୍ଧି ବିଶାଳ ରୋଡ୍ ସୋ କରିଯାଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଯାଇ ରାହୁଲ ନାମାଙ୍କନ ପତ୍ର ଦାଖଲ କରିବେ । ଗତ ନିର୍ବାଚନରେ ରାହୁଲ ଗାନ୍ଧି ପାଖାପାଖି ୫ ଲକ୍ଷ ଭୋଟ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଥିଲେ । ତେବେ ଏଥର ୱାୟନାଡ ମ୍ୟାଚ୍ ରାହୁଲ ଗାନ୍ଧିଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା । ଦଳ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି ।

ରାହୁଲଙ୍କ ବିପକ୍ଷରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ତେବେ ରାହୁଲ ଗାନ୍ଧି ଉଭୟଙ୍କ ଠାରୁ ବଡ଼ ଚେହେରା ଏବଂ ଏହି ଆସନରୁ ଏବେର ସାଂସଦ ମଧ୍ୟ ରହିଛନ୍ତି ।

Comments are closed.