ବିରୋଧୀ ଦଳର ନେତା ହୋଇପାରନ୍ତି ରାହୁଲ

ଲୋକ ସଭା ନିର୍ବାଚନରେ ଭାଜପା ଦେତୃତ୍ୱ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିଛି। ସେହପିରି ଇଣ୍ଡିଆ ମେଣ୍ଟ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରିଛି। ତେବେ ଏହାରି ଭିତରେ କେନ୍ଦ୍ରରେ କିଏ ସରକାର ଗଢିବ ଚର୍ଚ୍ଚା ଚାଲିଥିବାବେଳେ ଲୋକ ସଭାରେ ବିରୋଧୀ ନେତା କିଏ ସେନେଇ ଚର୍ଚ୍ଚା ଉଠିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇଣ୍ଡିଆ ମେଣ୍ଟ ଲୋକ ସଭାରେ କଂଗ୍ରେସ ନେତା ବିରୋଧୀ ଦଳୀ ନେତା କରିପାରେ ବୋଲି କୁହାଯାଉଛି।

 

ଚର୍ଚ୍ଚା ହେଉଛି କି, କଂଗ୍ରେସର ଭିତର ମାହୋଲରେ ଆଲୋଚନା ହେଉଛି କି, ରାହୁଲଙ୍କୁ ସଂସଦରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ଦିଆଯାଉ। ଆଉ ବହୁତ ଶୀଘ୍ର ଏନେଇ ନିଷ୍ପତ୍ତି ବି ନିଆଯିବ ବୋଲି କୁହାଯାଉଛି। ଏହାରି ଭିତରେ କଂଗ୍ରେସ ଏମପି ମଣିକମ ଟାଗୋର ସୋସିଆଲ ମିଡିଆ ଏକ୍ସରେ ରାହୁଲଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଦାବି କରିଛନ୍ତି।

 

 

 

 

Comments are closed.