ରାହୁଲଙ୍କୁ ମିଳିଲା ଜାମିନ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି। ମାନହାନୀ ମାମଲାରେ ଓ୍ୱାଇନାଡ ସାଂସଦଙ୍କୁ ମିଳିଲା ଜାମିନ। ସୁଲତାନପୁର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୫,୦୦୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

୨୦୧୮ ଅଗଷ୍ଟ ୪ ତାରିଖରେ ଗୃହମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ନାଁ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯାଇଥିଲା। ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ସୁଲତାନପୁରର ସିଭିଲ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା। ମାର୍ଚ୍ଚ ୨ ତାରିଖରେ ଏହି ମାମଲର ପରବର୍ତ୍ତୀ ଶୁଣାଣି ହେବ।

ରାହୁଲ ଗାନ୍ଧିଙ୍କ ଓକିଲ ସନ୍ତୋଷ ପାଣ୍ଡେଙ୍କ କହିବା ମୁତାବକ, ଆଜି କୋର୍ଟରେ ରାହୁଲ ଗାନ୍ଧି ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ୩୦ରୁ ୪୫ ମିନିଟ ପର୍ଯ୍ୟନ୍ତ ଗିରଫ କରିଥିଲେ। ଏହା ପରେ ସେ ଜାମିନ ଆବେଦନ କରିଥିଲେ। କୋର୍ଟ ଏହାକୁ ଏବେ ଗ୍ରହଣ କରିଛନ୍ତି। ଜାମିନ ପାଇବା ପରେ ରାହୁଲ କୋର୍ଟରୁ ଆମେଥୀ ଅଭିମୁଖେ ଯାତ୍ରା କରିଥିଲେ।

Comments are closed.