କୁକୁର ଖିଆ ବିସ୍କୁଟ କର୍ମୀଙ୍କୁ ଦେଲେ ରାହୁଲ

କୁକୁର ଖାଇଲାନି ବିସ୍କୁଟ। ସେହି ବିସ୍କୁଟକୁ କର୍ମୀଙ୍କୁ ଖାଇବାକୁ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧି କୁକୁରକୁ ଦିଆଯାଇଥିବା ବିସ୍କୁଟକୁ ନିଜ କର୍ମୀମାନଙ୍କୁ ପରଷିଥିବା ବିଜେପି ଅଭିଯୋଗ କରିଛି। କେବଳ ସେତିକି ନୁହେଁ ଏହି ଘଟଣା ସହ ଜଡିତ ଏକ ଭିଡିଓକୁ ମଧ୍ୟ ବିଜେପି ପକ୍ଷରୁ ଜାରି କରାଯାଇଛି।

ବିଜେପି ଆଇଟି ସେଲ୍‌ର ମୁଖ୍ୟ ଅମିତ ମାଲବିୟ ଏକ ଭିଡିଓ ଜାରି କରିଛନ୍ତି। ଏହାକୁ ସେୟାର କରି ସେ ଲେଖିଛନ୍ତି, ‘କିଛି ଦିନ ପୂର୍ବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳ ବୁଥ ଏଜେଣ୍ଟମାନଙ୍କୁ କୁକୁର ସହ ତୁଳନା କରିଥିଲେ। ଏବେ ରାହୁଲ ଗାନ୍ଧି ନିଜ ଯାତ୍ରା ବେଳେ ଗୋଟିଏ କୁକୁରକୁ ବିସ୍କୁଟ ଖାଇବାକୁ ଦେଉଛନ୍ତି। କୁକୁରଟି ନଖାଇବା ପରେ ଉକ୍ତ ବିସ୍କୁଟ କର୍ମୀମାନଙ୍କୁ ଖାଇବା ପାଇଁ ରାହୁଲ ଦେଇଛନ୍ତି।’

ସେ ଆହୁରି କହିଛନ୍ତି, ଯେଉଁ ଦଳର ଅଧ୍ୟକ୍ଷ ଓ ଯୁବରାଜ ଦଳୀୟ କର୍ମୀମାନଙ୍କ ସହ କୁକୁର ଭଳି ବ୍ୟବହାର କରୁଛନ୍ତି, ସେହି ଦଳ ବିଳୁପ୍ତ ହୋଇଯିବା ସ୍ୱାଭାବିକ।

 

 

Comments are closed.