ଇଡି ପଞ୍ଝାରେ ରାହୁଲ ଗାନ୍ଧିଙ୍କ ସହଯୋଗୀ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଅଳଙ୍କର ସାୱାଇଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଘନଘନ ଜେରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛି। ନିକଟରେ ଗିରଫ ହୋଇଥିବା ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଅଳଙ୍କରଙ୍କ ବୟାନ ରେକର୍ଡ କରିଛି।

ମିଳିଥିବା ସୂଚନା ଅନୁସାରେ, ଗୁଜରାଟରୁ ଗୋଖଲେଙ୍କୁ ଗିରଫ କରିବା ପରେ ଇଡି ଜେରା ଆରମ୍ଭ କରିଥିଲା। ଏହାପରେ ଅଳଙ୍କର ସାୱାଇଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଏହି ସୂଚନା ଆଧାରରରେ ଇଡି ଲଗାତର ୩ଦିନ ଧରି ଅଳଙ୍କରଙ୍କୁ ଅଫିସକୁ ଡାକି ଜେରା କରିଥିଲା। ଏହି ସମୟରେ ଗୋଖଲେଙ୍କ ସହ ତାଙ୍କୁ ମୁହାଁମୁହିଁ ବସାଯାଇ ପ୍ରଶ୍ନ କରାଯାଇଥିଲା।

Comments are closed.