କାଠ କାମ କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ନେତା ଦିଲ୍ଲୀର କୀର୍ତ୍ତି ନଗର ଆସବାବ୍ପତ୍ର ବଜାରକୁ (ଫର୍ଣ୍ଣିଚର୍ ମାର୍କେଟ୍) ଯାଇ ସେଠାରେ ଥିବା ବଢ଼େଇମାନଙ୍କ ସହିତ ଆଳାପ କରିଛନ୍ତି।
ଏହା ହେଉଛି ଜାତୀୟ ରାଜଧାନୀ ଅଞ୍ଚଳରେ ରାହୁଲ୍ ଗାନ୍ଧୀଙ୍କର ଏ ଧରଣର ତୃତୀୟ ଗସ୍ତ। ଅଗଷ୍ଟ ମାସରେ ସେ ଆଜାଦପୁର ମଣ୍ଡି ଯାଇ ଫଳ ଓ ପନିପରିବା ଦୋକାନୀମାନଙ୍କୁ ସାକ୍ଷାତ କରିଥିଲେ। ଅଳ୍ପ ଦିନ ତଳେ ସେ ଆନନ୍ଦ ବିହାର ରେଳ ଷ୍ଟେସନ୍ ଯାଇ କୁଲିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।
ଗୁରୁବାର ଦିନ ଆସବାବ୍ପତ୍ର ବଜାରରେ ଗାନ୍ଧୀ ବଢ଼େଇମାନଙ୍କ ସହିତ ଭାବବିନିମୟ କରିବା ବେଳେ ସେମାନଙ୍କ ଅସୁବିଧା କଥା ଶୁଣିବା ସହିତ କେତେକ ଆସବାବ୍ପତ୍ର ତିଆରି କରିବାକୁ ପ୍ରୟାସ କରିଥିଲେ।
Comments are closed.