ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୋମବାର ସେ କହିଛନ୍ତି ମୋଦି ଇସ୍ରାଏଲ ପାଇଁ ଅଧିକ ଚିନ୍ତିତ। କେବଳ ଘୃଣା ବ୍ୟାପିବା ପାଇଁ ଭାଜପା କାର୍ଯ୍ୟ କରୁଛି।

ଆଇଜଲର ରାଜ ଭବନ ନିକଟରେ ଏକ ରାଲିକୁ ସମ୍ବୋଧିତ କରି ମିଜୋରାମ ନିର୍ବାଚନ ପାଇଁ ରାଜ୍ୟ ଗସ୍ତ କରୁଥିବା ରାହୁଲ ଗାନ୍ଧୀ କହିଛନ୍ତି ଯେ ମଣିପୁର ଆଉ ଗୋଟିଏ ରାଜ୍ୟ ନୁହେଁ, ବରଂ ଜାତୟ ଆଧାରରେ ଦୁଇଟି ରାଜ୍ୟରେ ବିଭକ୍ତ ହୋଇଛି।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ୧୯୮୬ରେ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରି ବିଦ୍ରୋହୀ ପ୍ରଭାବିତ ଉତ୍ତର-ପୂର୍ବ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କଂଗ୍ରେସ ପଦକ୍ଷେପ ନେଇଛି। ସେ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାର ଇସ୍ରାଏଲରେ ଯାହା ଘଟୁଛି ସେଥିପାଇଁ ଅଧିକ ଆଗ୍ରହୀ, କିନ୍ତୁ ମଣିପୁରରେ କ’ଣ ଘଟୁଛି ସେଥିପାଇଁ ଚିନ୍ତିତ ନୁହଁନ୍ତି।

ମଣିପୁରରେ ଲୋକଙ୍କୁ ହତ୍ୟା କରାଯାଉଥିବା ସେ କହିଛନ୍ତି। ମହିଳାମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି।

Comments are closed.