ପ୍ରଶ୍ନ ପତ୍ର ଲିକ ଘଟଣା, କେବେ ହେବ ବାତିଲ ପରୀକ୍ଷା ଜାଣନ୍ତୁ
ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗୁରୁବାର ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ବାତିଲ ହୋଇଥିବା ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏ ନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ୧୯ ତାରିଖରେ ହେବାକୁ ଥିବା ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ୧ଟା ଯାଏ ଚାଲିବ।
ଗୁରୁବାର ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ଶୁକ୍ରବାର ଯୁକ୍ତ ୩ର ଶେଷ ବର୍ଷ ଫିଜିକ୍ସ୍ ପ୍ରଶ୍ନପତ୍ର ଲିକ୍ ହୋଇଛି। ତେବେ ଆଜି ମଧ୍ୟ ପରୀକ୍ଷା ବାତିଲ କରାଯାଇଥିବା ନେଇ କଲେଜ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Comments are closed.