ପୁଣି ଫେରିଲା କ୍ୱାରେଣ୍ଟାଇନ

ଦେଶରେ ପୁଣି ଥରେ କଡ଼ ଲେଉଟାଇଛି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। କରୋନାର ନୂଆ ଭାରିଏଣ୍ଟ ଜେଏନ୍.୧ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କର୍ଣ୍ଣାଟକରେ କରୋନାର ସବ୍‌ ଭାରିଏଣ୍ଟ ଜେଏନ୍‌.୧ରେ ଶତାଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ଏବେ ସରକାର ଆଲର୍ଟ ମୁଡ୍‌ରେ ଅଛନ୍ତି। କର୍ଣ୍ଣାଟକକୁ ପୁଣିଥରେ କୋଭିଡ କଟକଣା ଫେରିଛି।

କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଗଠନ କରିଥିବା ଉପ-କମିଟି ମଙ୍ଗଳବାର କୋଭିଡ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ଦିନ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଯଦି ଛୋଟ ଛୁଆଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯାଏ ।

ସମଗ୍ର ଯାତ୍ରାରେ ୬୨୦୦ କିଲୋମିଟର ଅତିକ୍ରମ କରିବେ ରାହୁଲ। ତେବେ ପୂର୍ବଥର ଭଳି ଏହା ସମ୍ପୂର୍ଣ୍ଣ ପଦଯାତ୍ରା ହେବ ନାହିଁ। ଅଧିକାଂଶ ଯାତ୍ରା ବସ୍‌ ଏବଂ କେତେକ ସ୍ଥାନରେ ପଦଯାତ୍ରା ମଧ୍ୟ କରାଯିବ। ଏହି ଯାତ୍ରା ଜରିଆରେ ରାହୁଲ ଓଡ଼ିଶା ସମେତ ୧୪ଟି ରାଜ୍ୟର ୮୫ଟି ଜିଲ୍ଲାକୁ ଗସ୍ତ କରିବେ। ମଣିପୁର ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା ହେବ। ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ ଭାବରେ ଭାରତ ନ୍ୟାୟ ଯାତ୍ରାକୁ ବର୍ଣ୍ଣନା କରାଯାଇଛି। ଏହି ଯାତ୍ରା ମାର୍ଚ୍ଚ ୨୦ରେ ଶେଷ ହେବ।

 

Comments are closed.