ଋଷ ଯିବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ପୁଟିନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷରୁ ଆସିଲା ଆମନ୍ତ୍ରଣ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମସ୍କୋ ଯିବାକୁ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି । ପୁଟିନ କହିଛନ୍ତି ଯେ, ବନ୍ଧୁ ମୋଦି ଆସିଲେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର ଅଛି ।

ପୁଟିନ୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ମଜବୁତ ରହିଛି । ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ବଢ଼ିଚାଲିଛି । ବିଶେଷକରି ବାଣିଜ୍ୟ କ୍ଷେତ୍ରରେ ବଢ଼ିଚାଲିଛି । ବୈଦଶିକ ମନ୍ତ୍ରୀ ଜୟଶଙ୍କରଙ୍କ ମସ୍କୋ ଗସ୍ତ ବେଳେ ଏହି ଆମନ୍ତ୍ରଣ ମିଳିଛି । ଜୟଶଙ୍କର ଋଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରଠାରୁ ଏହାକୁ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ସମାଲୋଚନା କରିଆସୁୁଛନ୍ତି । ଏପରିକି ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି ଘୋଷଣା କରିଛନ୍ତି କିଛି ୟୁରୋପୀୟ ଦେଶ । ତେବେ ଭାରତ ଋଷ-ୟୁକ୍ରେନ ଯୁଦ୍ଧରେ ନିରପେକ୍ଷ ରହିଆସିଛି । ଋଷକୁ ସିଧାସଳଖ ସମାଲୋଚନା କରିନାହିଁ ଭାରତ, ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ବାହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶଙ୍କୁ ପରାମର୍ଶ ଦେଇଆସିଛନ୍ତି ।

Comments are closed.