ୟୁକ୍ରେନର ୪ ଅଞ୍ଚଳକୁ ଋଷରେ ପୁଟିନ
ମସ୍କୋ: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷରେ ମିଶାଇଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏନେଇ ପୁଟିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ହେଲା ଡୋଣ୍ଟେସ୍କ, ଲୁହାନସ୍କ, ଖେରସନ ଏବଂ ଝାପୋରିଜ୍ଝିଆ। ଗତ ସପ୍ତାହରେ ଏହି ୪ଟି ଅଞ୍ଚଳକୁ ରୁଷରେ ମିଶାଇବା ନେଇ ଗଣଭୋଟ କରାଯାଥିଲା। ଯେକୌଣସିମତେ ଆମେ ଆମ ଭୂମିକୁ ସୁରକ୍ଷା କରିବା ଆମର ଦାୟିତ୍ୱ। ରୁଷ ଲୋକଙ୍କର ଏହା ହେଉଛି ମୁକ୍ତି ମିଶନ ବୋଲି ପୁଟିନ କହିଛନ୍ତି। ଗତ କିଛି ଦିନ ତଳେ ୟୁକ୍ରେନ୍ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଘୋଷଣା କରି ଆଣବିକ ଆକ୍ରମଣଣ ଧମକ ଦେଇଥିଲେ ପୁଟିନ୍। ଏହି ଅବସରରେ ପୁଟିନ୍ କହିଛନ୍ତି ଯେ ଡୋଣ୍ଟେସ୍କ, ଲୁହାନସ୍କ, ଖେରସନ ଏବଂ ଝାପୋରିଜ୍ଝିଆର ଲୋକେ ଏବେ ଋଷୀୟ ନାଗରିକ।
ଯଦି ସେମାନଙ୍କ ଉପରେ ଆକ୍ରମଣ ହେଲା ଏବେ ରୁଷ ଉପରେ ଆକ୍ରମଣ ବୁଝାଯିବ। ଏହି ଚାରିଟି ଅଞ୍ଚଳକୁ ରୁଷରେ ସମ୍ମିଶ୍ରଣ ପାଇଁ ଏଠିକାର ନେତାମାନେ ପୁଟିନଙ୍କୁ ନିବେଦନ କରଥିଲେ। ଏଥିପାଇଁ କ୍ରେମଲିନ୍ରେ ସମସ୍ତେ ଏକାଠି ହୋଇଥିଲେ। ପୁଟିନ କହିଛନ୍ତି ଯେ, ରୁଷ ନିଜର ସାର୍ବଭୌମତା ଓ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଏହି ଅବସରରେ ପୁଟିନ ୟୁକ୍ରେନ ଆକ୍ରମଣ ଯୋଗୁ ନଷ୍ଟ ହୋଇଥିବା ହସ୍ପିଟାଲ, ସ୍କୁଲ ଓ ଅନ୍ୟ ସାର୍ବଜନିକ ସ୍ଥଳର ପୁନନିର୍ମାଣ ହେବ ବୋଲି କହିଛନ୍ତି। ସେହିପରି ଯୁଦ୍ଧରେ ନିହତ ରୁଷୀୟ ସୈନ୍ୟ ଅଧିକାରୀ ଓ ଡୋନବାସର ନାଗରିକଙ୍କୁ ପୁଟିନ ସହିଦଙ୍କ ମାନ୍ୟତା ଦେଇଛନ୍ତି ।
Comments are closed.