ପରମାଣୁ ଯୁଦ୍ଧକୁ ନେଇ ନିଜର ମତ ରଖିଲେ ପୁଟିନ
ମସ୍କୋ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ଅନେକ ଦିନ ଧରି ଚାଲିଛି । କେତେବେଳେ କେଉଁ ପରିସ୍ଥିତି ଦେଇ ଗତି କରୁଛି କହି କାହିଁ ପାରିବେ ନାହିଁ । ‘ଭାଲ୍ଡାଇ ଡିସ୍କସନ୍ କ୍ଲବ୍’ରେ ଆନ୍ତର୍ଜାତିକ ନୀତି ବିଶେଷଜ୍ଞମାନଙ୍କର ସମ୍ମିଳନୀରେ ଉଦ୍ବୋଧନ ଦେବା ବେଳେ ଗତ ସନ୍ଧ୍ୟାରେ ପୁଟିନ୍ କହିଛନ୍ତି, ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ରୁଷ୍ ପାଇଁ ଅର୍ଥହୀନ। ସେଭଳି ଆବଶ୍ୟକତା ଥିବା ଆମେ ଜାଣିପାରୁନୁ। ରାଜନୈତିକ କି, ସାମରିକ କ୍ଷେତ୍ରରେ ତା’ର କିଛି ଯଥାର୍ଥତା ନାହିଁ।
ସତର୍କ କରାଇ ସେ କହିଛନ୍ତି, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବ ସମ୍ଭବତଃ ସବୁଠୁ ବିପଜ୍ଜନକ ଦଶନ୍ଧିରେ ପ୍ରବେଶ କରୁଛି। ପାଶ୍ଚାତ୍ୟକୁ ଆହ୍ବାନ ଦେବାକୁ ନୁହେଁ, ତା’ର ସ୍ଥିତି ଜାହରି ଅଧିକାର ଲାଗି ରୁଷ୍ ଏହି ଯୁଦ୍ଧ କରୁଛି।
ଦୀର୍ଘ ଭାଷଣରେ ରୁଷୀୟ ନେତା ପୁଣି କହିଛନ୍ତି, ରୁଷ୍ ପାଶ୍ଚାତ୍ୟ ଦେଶର ଶତ୍ରୁ ନୁହେଁ, ରୁଷ୍କୁ ହୀନ କରିବାକୁ ଉଦ୍ୟମ କରୁଥିବା ପାଶ୍ଚାତ୍ୟ ସମ୍ଭ୍ରାନ୍ତବର୍ଗଙ୍କ ମୁକ୍ତ ବାଣିଜ୍ୟ ରାଜିନାମାକୁ (ଯାହା ଜନପ୍ରିୟ ନୁହେଁ) ସେ ବିରୋଧ କରିବେ।
Comments are closed.