କାହିଁକି ଏମିତି କହିଲେ ନୀରବ ମୋଦି

ନୂଆଦିଲ୍ଲୀ: ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣରେ ଆତ୍ମହତ୍ୟା ଆଶଙ୍କାକୁ ନେଇ ମଙ୍ଗଳବାର ଲଣ୍ଡନ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ‘ୱାଣ୍ଡ୍‌ସ୍‌ୱର୍ଥ’ କାରାଗାରରେ ତାଙ୍କର ଯାଂଚ କରୁଥିବା ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଆଣ୍ଡ୍ରିଉ ଫରେଷ୍ଟର୍ ହାଇକୋର୍ଟକୁ କହିଛନ୍ତି ଯେ, ନୀରବ ମୋଦି ଯଦି ଭାରତ ଯାଆନ୍ତି ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯିବ। ସେଠାରେ ବନ୍ଦି ଥିବା କିଛି କଏଦୀମାନେ କବାଟ ହ୍ୟାଣ୍ଡେଲ ଓ ପାଣି ଟ୍ୟାପ୍‌ରେ ପୂର୍ବରୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା ନୀରବ ମୋଦି ଜାଣିଛନ୍ତି।

କୋର୍ଟ କହିଛନ୍ତି ଯେ, ପ୍ରତ୍ୟର୍ପଣ କଥା ଉଠିଲେ ‌ନୀରବ କେବଳ ହତ୍ୟା ଓ ଫାଶୀ ଦେବା କଥା ଚିନ୍ତାକରୁଛନ୍ତି। ତାଙ୍କର ମାନସିକ ବିକାର ଏତେ ବଢ଼ିଯାଇଛି ଯେ, ତାଙ୍କୁ ଦୁଇଥର ଡାକ୍ତରଖାନାକୁ ସ୍ଥାନାନ୍ତର ଓ ଚାରିଥର ଜେଲ୍‌ର ‘ସୁସାଇଡ୍ ୱାଚ୍‌’ରେ ରଖାଗଲାଣି।

ନୀରବ ମୋଦିଙ୍କ ଜେଲ୍ ରହଣି ବାବଦରେ ଭାରତ ସରକାରଙ୍କ ପ୍ରତିଶ୍ରୁତିକୁ ସମାଲୋଚନା କରି ଫରେଷ୍ଟର୍ କହିଛନ୍ତି, ଜେଲ୍‌ରେ ବ୍ୟକ୍ତିଗତ ସୁବିଧା ଯୋଗାଇବାର ବ୍ୟବସ୍ଥା ନାହିଁ। ଏହାଛଡ଼ା, ଭାରତୀୟ ଜେଲ୍‌ଗୁଡ଼ିକରେ ଆତ୍ମଘାତୀ ଉଦ୍ୟମ ରୋକିବାର କୌଣସି ନୀତି ନିୟମ ବି ନାହିଁ।

Comments are closed.