ଇମାମ ଉମର ଅହମଦ ଇଲିୟାସିଙ୍କୁ ମିଳିଲା Y+ ସୁରକ୍ଷା

ନୂଆଦିଲ୍ଲୀ: ଇମାମ ଉମର ଅହମଦ ଇଲିୟାସିଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ ବୋଲି ବର୍ଣ୍ଣନା କରିବା ପରେ ତାଙ୍କ ଜୀବନପ୍ରତି ବିପଦ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଛି।

ସୁରକ୍ଷା ଦେଇଥିବାରୁ ଇଲିୟାସି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ କହିବା ପରେ ମୋତେ ଅନେକ ଥର ହତ୍ୟା ଧମକ ମିଳିଛି। ଇଂଲଣ୍ଡର ନମ୍ବରରୁ ମୋତେ କଲ୍ ଆସୁଥିଲା ଏବଂ ହତ୍ୟା ଧମକ ଦିଆଯାଉଥିଲା।

ଉଲ୍ଲେଖ‌ଯୋଗ୍ୟ, ଗତ ମାସରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଦିଲ୍ଳୀର ଏକ ମସଜିଦ ପରିଦର୍ଶନରେ ଯାଇଥିଲେ। ସେଠାରେ ମୁଖ୍ୟ ଇମାମଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ ମଦ୍ରାସାରେ ପିଲାମାନଙ୍କ ସହିତ କିଛି ସମୟ କଟାଇଥିଲେ। ବୈଠକ ପରେ ଅଲ୍ ଇଣ୍ଡିଆ ଇମାମ ସଂଗଠନ (ଏଆଇଆଇଓ)ର ମୁଖ୍ୟ ଇମାମ ଉମର ଅହମଦ ଇଲିୟାସି ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ ବୋଲି କହିଥିଲେ।

ଇମାମ ସାମ୍ବାଦିକମାନଙ୍କୁ କହିଥିଲେ,- ‘ମୋହନ ଭାଗବତ ଆମକୁ ଭେଟି ଆମସହ ଆଲୋଚନା କରିବା ଆମ ପାଇଁ ସୌଭାଗ୍ୟର ବିଷୟ। ଭାଗବତ ଆମକୁ ଭେଟିବା ପାଇଁ ଇମାମ ହାଉସ ଆସିଥିଲେ ଏବଂ ସେ ହେଉଛନ୍ତି ରାଷ୍ଟ୍ରପିତା ଓ ରାଷ୍ଟ୍ରଋଷି। ଦେଶର ଏକତା ଓ ସଂହତି ରକ୍ଷା ହେବା ଉଚିତ।

Comments are closed.