ଚୀନ ରାଷ୍ଟ୍ରପତିଙ୍କୁ ନେଇ ବିକ୍ଷୋଭ,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଜିନପିଙ୍ଗ ଦେଶରେ ତୃତୀୟ ଥର ପାଇଁ ପୁନର୍ବାର ରାଷ୍ଟ୍ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥାତ ଜିନପିଙ୍ଗ ଚାଇନାରେ ରାଷ୍ଟ୍ରପତି ଭାବେ ତୃତୀୟ ପାଳି ଆରମ୍ଭ କରିବେ। ତେବେ କ୍ରମାଗତ ଭାବେ କ୍ଷମତା ଆସନରେ ଅଳଙ୍କୃତ ହୋଇଥିବା ଜିନପିଙ୍ଗଙ୍କ ବିରୋଧରେ ଉଠିଛି ବିଦ୍ରୋହର ସ୍ୱର। ତୃତୀୟଥର ଭାବେ ଅକ୍ଟୋବର ୧୬ରେ ନିଯୁକ୍ତିର ୨ ଦିନ ପୂର୍ବରୁ ଜିନପିଙ୍ଗଙ୍କୁ କ୍ଷମତା କେନ୍ଦ୍ରରୁ ହଟାଇବାକୁ ଦାବି କରି ଜଣେ ଚାଇନା ନାଗରିକ ବେଜିଂରେ ବିକ୍ଷୋଭ କରିଛନ୍ତି। ଚାଇନା ରାଷ୍ଟ୍ରପତିଙ୍କୁ ହଟାଇବାକୁ ଦାବି କରି ସମ୍ପୃକ୍ତ ନାଗରିକ ଜଣକ ବେଜିଂର ଏକ ସେତୁବନ୍ଧରେ ଏକ ବଡ଼ ବ୍ୟାନର ଲଗାଇଛନ୍ତି।

ସେଥିରେ କରୋନା ସମୟରେ ଜିନପିଙ୍ଗଙ୍କ ପରିଚାଳନାଗତ ତ୍ରୁଟି, କଡ଼ାକଡ଼ି ଭାବେ ଲକଡାଉନ ନିୟମ ଲଦିବା, ଅନାବଶ୍ୟକ କଟକଣା ଓ ଜିରୋ କୋଭିଡ୍‌ ପଲିସିକୁ ତୀବ୍ର ସମାଲୋଚନା କରାଯାଇଛି। ବ୍ଲମବର୍ଗ ରିପୋର୍ଟ ଅନୁଯାୟୀ, ଚାଇନାରେ ଗଣତନ୍ତ୍ର ସ୍ଥାପନା ସପକ୍ଷରେ ଏକ ଜନମତ ସୃଷ୍ଟି ହୋଇଛି। ଏଥିପାଇଁ ଏକ ସଙ୍ଗଠନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ଆକା‌ଉଣ୍ଟ ଖୋଲାଯାଇଛି। ଏହି ଆକାଉଣ୍ଟରେ ଜିପନପିଙ୍ଗଙ୍କୁ ଗାଦିରୁ ହଟାଇବାକୁ ଦାବି ହୋଇଛି। ଚାଇନାର ପ୍ରାୟ ୮ଟି ସହରରେ ଜିନପିଙ୍ଗଙ୍କ ବିରୋଧରେ ସ୍ୱର ତେଜିଛି।

Comments are closed.