ସୁସ୍ଥ ଶରୀର ପାଇଁ ପ୍ରୋଟିନ
ପ୍ରୋଟିନ ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ନୂଆ ମାଂସପେଶୀ ତିଆରି କରିବାରେ,ତ୍ୱଚାକୁ ସୁସ୍ଥ ରଖିବାରେ, ଏନଜାଇମ ଓ ହରମୋନକୁ ବାଲାନ୍ସ କରିବାରେ ପ୍ରୋଟିନ ଜରୁରୀ ହୋଇଥାଏ । ପ୍ରୋଟିନରେ ଶରୀର ଟିସୁ ତିଆରି ହୋଇଥାଏ । ବଢ଼ୁଥିବା ଶିଶୁ ଓ ବୁଢ଼ା ଲୋକଙ୍କ ନିକଟରେ ପ୍ରୋଟିନର ଅଭାବ ପରିଲକ୍ଷିତ ହୋଇଥାଏ । କେବେ କେବେ ଆମକୁ ଜଣା ପଡିନଥାଏ ଯେ ଶରୀରରେ ପ୍ରୋଟିନ କମ ହେଲାଣୀ ବୋଲି । ପ୍ରୋଟିନ କମ ହେଲେ ଶରୀରରେ ବହୁ ଲକ୍ଷଣ ନଜର ଆସିଥାଏ । ଆସନ୍ତୁ ଜାଣିବା ଶରୀରରେ ପ୍ରୋଟିନ କମ ହେଲେ କ’ଣ ଲକ୍ଷଣ ଦେଖା ଦେଇଥାଏ ।
ପ୍ରୋଟିନ କମର ଲକ୍ଷଣ :
୧. ଶରୀରରେ ପ୍ରୋଟିନ କମ ହେଲେ ହାଡ ଦୁର୍ବଳ ହେବାକୁ ଲାଗିଥାଏ ।
୨. ପ୍ରୋଟିନ କମ ହେଲେ ଆପଣଙ୍କ ଇମ୍ୟୁନିଟି କମଜୋର ହୋଇଥାଏ ।
୩. ମାଂସପେଶୀ ଦୁର୍ବଳ ହୋଇଥାଏ ଓ ମାଂସପେଶୀ ଦରଜ ହୋଇଥାଏ ।
୪. ଛୋଟ ପିଲାଙ୍କ ବିକାଶ ବିଶେଷ କରି ଲମ୍ବା ହେବାରେ ପ୍ରୋଟିନ ପ୍ରଭାବ ପକାଇଥାଏ ।
୫. ପ୍ରୋଟିନ କମ ହେଲେ ମୁହଁ, ଚର୍ମ ଓ ପେଟରେ ଫୁଲା ଦେଖା ଯାଇଥାଏ ।
୬. ବାଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ବାଳ ଶୁଷ୍କ ଓ ଚମକହୀନ ହେବା ସହ ଝଡିବାକୁ ଲାଗିଥାଏ ।
୭. ନଖ ସଂକ୍ରମଣ ହେବା ସହ ଭାଙ୍ଗିବାକୁ ଲାଗିଥାଏ ।
୮. ବହୁତ ଥକା ଓ ଦୁର୍ବଳ ଅନୁଭବ ହୋଇଥାଏ ।
୯. ନୂଆ କୋଷ ଡେରିରେ ତିଆରି ହୋଇଥାଏ । ଯେଉଁଥିପାଇଁ ଶରୀରର ହିଲିଂ କ୍ଷମତା ହ୍ରାସ ପାଇଥାଏ ।
Comments are closed.