ଦୀପାବଳି ପାଳିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଦୀପାବଳି ଉତ୍ସବ ଅବ୍ୟବହିତ ପୂର୍ବରୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଇଂଲଣ୍ଡ ଓ ସମଗ୍ର ବିଶ୍ବରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ‘୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌’ରେ ଥିବା ଆବାସିକ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଏହି ହର୍ଷୋତ୍‌ଫୁଲ୍ଲିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହିତ ହିନ୍ଦୁ ସମ୍ପ୍ରଦାୟର ଅନେକ ଅତିଥି ଯୋଗ ଦେଇଥିଲେ ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ ପୋଷ୍ଟ୍‌ରେ ସୁନକଙ୍କ କାର୍ଯ୍ୟାଳୟ କହିଛି: ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି ପୂର୍ବରୁ ଆଜି ରାତିରେ ପ୍ରଧାନମନ୍ତ୍ରୀ ଋଷି ସୁନକ ହିନ୍ଦୁ ସମ୍ପ୍ରଦାୟଙ୍କୁ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌କୁ ସ୍ବାଗତ କରିଥିଲେ। ଏ ସପ୍ତାହାନ୍ତରେ ଦୀପାବଳି ପାଳନ କରୁଥିବା ଇଂଲଣ୍ଡ ଓ ସମଗ୍ର ବିଶ୍ବରେ ବାସ କରୁଥିବା ସମସ୍ତଙ୍କୁ ଶୁଭ ଦୀପାବଳି ଶୁଭେଚ୍ଛା।

Comments are closed.