ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଦେଶର ୯୪ ସିଟ୍‌ ପାଇଁ ମତଦାନ ହେଉଥିବା ବେଳେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ଭୋଟ୍ ଦେଇଛନ୍ତି ମୋଦି।

ମୋଦି ଗତ ରାତିରେ ଗାନ୍ଧିନଗରସ୍ଥିତ ରାଜଭବନରେ ରହିଥିବା ବେଳେ ଆଜି ସକାଳ ସାଢେ ୭ଟାରେ ଭୋଟ ଦେବା ନିମନ୍ତେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମୋଦିଙ୍କ ସ୍ୱାଗତ କରିଥିଲେ। ଏଥିସହ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ସକାଳୁ ସକାଳୁ ଲୋକଙ୍କ ପ୍ରବଳ ଭିଡ଼ ବୁଥ୍‌ ବାହାରେ ଦେଖିବାକୁ ମିଳିଥିଲା।

ମତଦାନ ପରେ ପ୍ରଧାନମନ୍ତ୍ରୀ ବାହାର ଥିବା କିଛି ସାଧାରଣ ଜନତାଙ୍କୁ ନିଜର ଅଟୋଗ୍ରାଫ ଦେଇଥିଲେ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ଏହି ଅବସରରେ ମୋଦି ଦେଶର ଜନସାଧାରଣଙ୍କୁ ଅପିଲ କରି କହିଛନ୍ତି, ମତଦାନ ଏକ ସାମାନ୍ୟ ଦାନ ନୁହେଁ। ଏହା ଦେଶକୁ ଆଗକୁ ନେଇଯିବା ପାଇଁ ଅତ୍ୟନ୍ତ ଜରୁରୀ। ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କ ଭାଗିଦାରୀ ଜରୁରୀ। ତେଣୁ ନିଜ କର୍ତ୍ତ୍ୟବରୁ ପଛକୁ ନ ହଟିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।

Comments are closed.