ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ରାଜଭବନ ଯିବେ। ସେଠାରେ ରାତ୍ରୀଯାପନ କରିବେ। ୨୭ ତାରିକ ସକାଳେ ରାଜଭବନରୁ ବାହାରି ଏୟାରପୋର୍ଟରେ ପହଞ୍ଚିବେ। ସେଟାରୁ ହେଲକପ୍ଟରରେ ପାରାଦୀପ ଯିବେ।

ସେଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । କାରକେଡ ଯିବା ସମୟରେ ଟ୍ରାଫିକ କଟକଣା ରହିବ। ଏଥିପାଇଁ ସୁରକ୍ଷା ଦାୟିତ୍ୱରେ DCP ପ୍ରତୀକ ସିଂ ଦାୟିତ୍ୱରେ ରହିବେ। ପୋଲିସ କମିଶନର ଏହାକୁ ତଦାରଖ କରିବେ। ୧୬ପ୍ଲାଟୁନ ପୋଲିସ ଓ ୧୦୦ରୁ ଅଧିକ ପୋଲିସ ମୁତୟନ ରହିବେ। ସେହିପରି ରାଷ୍ଟ୍ରପତି ରାଜଭବନରେ ରହିବା ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.