୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି,ସେପ୍ଟେମ୍ବରରେ ହୋଇପାରେ ଘୋଷଣା

0

ନୂଆଦିଲ୍ଲୀ : ରାଜନୈତିକ ଦଳଗୁଡ଼ିକ ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ସକ୍ରିୟ ହୋଇଛନ୍ତି। ନିର୍ବାଚନ କମିଶନ ଏହି ସମସ୍ତ ରାଜ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଛତିଶଗଡ଼ ଏବଂ ମିଜୋରାମ ଗସ୍ତ କରିଛନ୍ତି। ଆସନ୍ତା ସପ୍ତାହରେ ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଯିବାକୁ ତାଙ୍କ ପାଇଁ ପ୍ରସ୍ତୁତି ଚାଲିଛି।

ସୂଚନାନୁସାରେ, ନିର୍ବାଚନ ଆୟୋଗ ସେପ୍ଟେମ୍ବର ଶେଷ ସପ୍ତାହରେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଘୋଷଣା କରିପାରନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଯଦି ଆୟୋଗ ସହ ଜଡ଼ିତ ଉତ୍ସକୁ ବିଶ୍ୱାସ କରାଯାଏ ତେବେ ଏହି ରାଜ୍ୟଗୁଡ଼ିରେ ଖୁବ୍‌ଶୀଘ୍ର ନିର୍ବାଚନ ହେବ। ଅକ୍ଟୋବରର ପ୍ରଥମ ସପ୍ତାହରେ ଏହି ସବୁ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ

Leave A Reply

Your email address will not be published.