ଏକଜିଟ ପୋଲ ଆସିବା ପ୍ରଶାନ୍ତ କିଶୋରଙ୍କ ପ୍ରଥମ ପ୍ରତିକ୍ରିୟା, ଟ୍ବିଟ କରି କାହାକୁ କଲେ କଟାକ୍ଷ 

ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ମତଦାନ ସରିବାର କିଛି ସମୟ ପରେ ଏକଜିଟ ପୋଲ ପ୍ରକାଶ ପାଇଛି। ଯାହାକୁ ନେଇ ରାଜେନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନେକ ସାମ୍ବାଦିକ ତଥା କିଛି ନେତାଙ୍କ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି କଟାକ୍ଷ କରିଛନ୍ତି। ସେ ସେମାନଙ୍କୁ ଅଦରକାରୀ ଆଲୋଚନା ଏବଂ ବିଶ୍ଳେଷଣରେ ସମୟ ନଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି।

ଅଧିକାଂଶ ଏକଜିଟ ପୋଲରେ ଏନଡିଏ ବହୁମତ ପାଇଥିବା ଜଣାପଡିଛି। ଯାହାକୁ ନେଇ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୩୦୩ଟି ଆସନ ଜିତିପାରେ। ୨୦୧୯ ଲୋକ ସଭା ନିର୍ବାଚନରେ ମଧ୍ୟ ଦଳ ସମାନ ସଂଖ୍ୟକ ଆସନ ଜିତିଥିଲା। ଏକଜିଟ ପୋଲ ୨୦୨୪ ଫଳାଫଳ ପ୍ରକାଶ ହେବାର କିଛି ଘଣ୍ଟା ପୂର୍ବରୁ ପ୍ରଶାନ୍ତ କିଶୋର ଦି ପ୍ରିଣ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏର ଭଲ ପ୍ରଦର୍ଶନ ଉପରେ ନିଜର ଭବିଷ୍ୟବାଣୀକୁ ଦୋହରାଇଥିଲେ।

Comments are closed.