ଏସିଆ ପାରା ଗେମ୍ସରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।

ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି, ନିତେଶ କୁମାର ମଧ୍ୟ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ଏହି ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି।

ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳରେ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ। ଏସିଆନ୍‌ ଗେମ୍‌ସ୍‌ରେ ୩ଟି ପଦକ ହାଲସ କରିବାରେ ଏହା ହେଉଛି ପ୍ରମୋଦଙ୍କ ପାଇଁ ପ୍ରଥମ ଘଟଣା।

Comments are closed.