ପ୍ରକୃତିଙ୍କୁ ଆକ୍ରମଣ କଲେ ବାବୁଶାନଙ୍କ ସ୍ତ୍ରୀ
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ । ଆଉ ଆକ୍ରମଣ କରିଛନ୍ତି ଅଭିନେତା ବାବୁସାନଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର । ଗୁଣ୍ଡାମାନଙ୍କୁ ଧରି ବାବୁସାନଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର ଆକ୍ରମଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ପ୍ରକୃତି ମିଶ୍ର ।
ପ୍ରକାଶ ଯେ, ଆଜି ସକାଳୁ କାର ଭିତରେ ବାବୁସାନ ଓ ପ୍ରକୃତି ମିଶ୍ର ଥିବାବେଳେ ହଠାତ୍ ସେଠାରେ ବାବୁସାନଙ୍କ ସ୍ତ୍ରୀ ପହଞ୍ଚିଥିଲେ । ତାଙ୍କ ସହିତ ଥିଲେ ସ୍ଥାନୀୟ ଅଂଚଳର୮, ୧୦ ଜଣ ଯୁବକ ।
ବାବୁସାନଙ୍କ ଡୋର ଖୋଲି ଆରମ୍ଭ କରିଥିଲେ ଯୁକ୍ତି ତର୍କ । ଲୋକ ରୁଣ୍ଢ ହେବା ଯୋଗୁଁ ସେଠରେ କିଛି କହିପାରିନଥିଲେ ସୁପରଷ୍ଟାର ବାବୁସାନ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ସତପଥୀ କାର ଭିତରେ ପଶି ପ୍ରକୃତିଙ୍କୁ ଜୋରରେ ଚାପି ଧରିଥିଲେ । ଫଳରେ ପ୍ରକୃତି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତଥାପି ବି ପ୍ରକୃତିଙ୍କୁ ଛାଡି ନଥିଲେ ତୃପ୍ତି । ପ୍ରକୃତି ଅଟୋରେ ବସିବାକୁ ଯାଉଥିବାବେଳେ ତାଙ୍କୁ ତୃପ୍ତି ଗୋଡେଇ ଗୋଡେଇ ଯାଇ ପ୍ରକୃତି ତାଙ୍କ ପରିବାର ଧ୍ୱଂସ କରିଛନ୍ତି ବୋଲି କହୁଥିଲେ । ପ୍ରକୃତି ମଧ୍ୟ ତୃପ୍ତି ପାଗଳ ବୋଲି କହିବା ପାଇଁ ପଛେଇ ନଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ପ୍ରକୃତିଙ୍କୁ ଧକ୍କା ମାରିଥିଲେ ।
Comments are closed.