ପ୍ରକୃତି କଲେ ୫କୋଟି ଟଙ୍କାର ମାନହାନି ମାମଲା, ଓକିଲ କହିଲେ ଏମିତି
ଭୁବନେଶ୍ୱର : କିଛି ଦିନର ନୀରବତା ପରେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ବିବାଦ ପୁଣି ମୁଣ୍ଡ ଟେକିଛି । ଆଜି ପ୍ରକୃତି ମିଶ୍ର ଭୁବନେଶ୍ୱରର କୋର୍ଟରେ ୫କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି । ସେ ଏହି ମାନହାନି ମାମଲା ବାବୁସାନଙ୍କ ଶ୍ୱଶୁର ଳଳିତ ଶତପଥୀ ଓ ପତ୍ନୀ ତୃପ୍ତି ଶତପଥୀଙ୍କ ନାଁ’ରେ କରିଛନ୍ତି । ଏହାସହତି ଏହି ମାମଲାରେ ସୋସିଆଲ ମିଡିଆକୁ ପ୍ରକୃତି ପକ୍ଷଭୁକ୍ତ କରିଛନ୍ତି ।
ଓ ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ସେ ୟୁଟୁ୍ୟବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ପ୍ରକୃତି କହିଛନ୍ତି ପୋଲିସ ତାଙ୍କ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅନ୍ୟପଟେ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ, ଯଦି ଆପୋଷ ବୁଝାମଣା ହୁଏ ତେବେ କ୍ଷମା ମାଗିବା ସହଜ ହୋଇଯିବ।
ସୂଚନା ଅନୁସାରେ ଗତ ମାସ ଜୁଲାଇ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ଅଟକାଇଥିଲେ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ତାପରେ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ ।
ପ୍ରକୃତିଙ୍କ ବିରୋଧରେ ମଧ୍ୟ ତୃପ୍ତି ଥାନାରେ ଅଭିଯୋଗ କରିଥିଲେ । ପ୍ରକୃତି ତାଙ୍କ ସ୍ୱାମୀ ବାବୁସାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବା ଅଭିଯୋଗ କରିଥିଲେ । ଏପରିକି ବାରମ୍ବାର ମନାକରିବା ସତ୍ୱେ ବାବୁସାନଙ୍କୁ ବ୍ଲାକମେଲ କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରକୃତିଙ୍କୁ ଡାକି ପଚରାଉଚୁରା କରିଥିଲା ।
Comments are closed.