ବିଜେଡିର ପୈାର ନିର୍ବାଚନ ପ୍ରସ୍ତୁତି – ୨୩ କାଉନସିଲର ଓ ପୈାରାଧ୍ୟକ୍ଷ ପ୍ରାର୍ଥୀ ଘୋଷଣା
ଜଟଣୀ(ସଞ୍ଜୀବ କୁମାର) : ବିଜେଡି ପକ୍ଷରୁ ଜଟଣୀ ପୈାରାଚଂଳର ୨୩ ଜଣ କାଉନସିଲର ଏବଂ ପୈାରାଧ୍ୟକ୍ଷ ପଦଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ଜିଲ୍ଲା ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୁଦିଆରୀ ସ୍ଥିତ ଝରଣା କଲ୍ୟାଣ ମଣ୍ଡପଠାରେ ଶନିବାର ଅପରାହ୍ନରେ ଏହି ପ୍ରାର୍ଥୀପତ୍ର ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଜେଡି ଦଳର କାଉନସିଲର ଏବଂ ପୈାରାଧ୍ୟକ୍ଷ ପଦ ହାସଲ କରିବା ଲାଗି ସମସ୍ତେ ଆଶାୟୀ ରହିଥିବା ବେଳେ ଜିଲ୍ଲା ସଭାପତି ସେମାନଙ୍କ ମଧ୍ୟରୁ ୨୩ ଟି ୱାର୍ଡ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଜଟଣୀ ପୈାରାଚଂଳର ୱାର୍ଡନଂ ୧ ପାଇଁ ପ୍ରଶାନ୍ତ ବେହେରା, ୱାର୍ଡ ନଂ ୨ପାଇଁ ସନ୍ତୋଷ ସାମନ୍ତରାୟ, ୩ ପାଇଁ ଶିବପ୍ରସାଦ ମହାପାତ୍ର, ୪ ପାଇଁ ମମତା ସାହୁ, ୫ ଲାଗି କାଜଲ ଦଳେଇ, ୬ ଲାଗି ସନ୍ତୋଷ ଡାକୁଆ, ୭ ପାଇଁ ଜାଇ ବେହେରା, ୮ ପାଇଁ ସିମାନୀ ମହାପାତ୍ର, ୯ ଲାଗି ଆରତୀ ରାଉତ, ୧୦ ଲାଗି ନମିତା ପାଲ,୧୧ ଲାଗି ବେଣୁଧର ମଙ୍ଗରାଜ, ୧୨ ପାଇଁ ବାସନ୍ତୀ ପାଲଟାସିଂହ, ୧୩ ପାଇଁ ରଜିଂତା ବେହେରା, ୧୪ ପାଇଁ ବିଭୂପ୍ରସାଦ ମହାନ୍ତି, ୧୫ ପାଇଁ ଜଟାଧାରୀ ପ୍ରଧାନ, ୧୬ ପାଇଁ ରାକ୍ଷୀସ୍ମିତା ପଣ୍ଡା, ୧୭ ପାଇଁ ଉତ୍କଳ କେଶରୀ ବଳିୟାରସିଂହ, ୧୮ ପାଇଁ କେ ଶୁରେସ, ୧୯ ପାଇଁ ପି ରାଜକୁମାରୀ, ୨୦ ପାଇଁ ବାସନ୍ତୀ ଦେଇ, ୨୧ ପାଇଁ ଶଶାଙ୍କ ଶେଖର ରାୟ,୨୨ ପାଇଁ ନଳିନୀ ମହାନ୍ତୀ ଓ ୨୩ନଂ ୱାର୍ଡ ପାଇଁ ଅମ୍ରିତା ଦାସଙ୍କୁ କାଉନସିଲର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସେହିପରି ଜଟଣୀ ପୈାରାଧ୍ୟକ୍ଷ ପାର୍ଥୀଭାବେ ଅନନ୍ତ ବେହେରାଙ୍କୁ ଚୟନ କରାଯାଇଥିବା ବେଳେ ସହଯୋଗୀ ଭାବେ ବୀରକିଶୋର ସେଠୀଙ୍କ ନାମ ଘୋଷଣା କରିଥିଲେ ଜିଲା ସଭାପତି ଶ୍ରୀ ବଳବନ୍ତରାୟ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ସୁଦର୍ଶନ ସୁନ୍ଦରାୟ, କୋଷାଧ୍ୟକ୍ଷ ରାଜକିଶୋର ସ୍ୱାଇଁ, ନଗର ସଭାପତି ଆଶୁତୋଷ ପ୍ରତାପସିଂହ, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ସୁପୁତ୍ର ବିଗ୍ନେଶ ବଳବନ୍ତରାୟ, ସୈାମ୍ୟସୋମାଲିକା ରାୟ, ସୁଚିସ୍ମିତା ଦାସ, ସନ୍ତୋଷ ହୋତା, ଅନନ୍ତ ଶତପଥୀଙ୍କ ସହିତ ଅନ୍ୟମାନେ ଅତିଥୀଭାବେ ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଶହଶହ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ | 
Comments are closed.