ଜନସଂଖ୍ୟା ବୃଦ୍ଧିରେ ଚୀନକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଭାରତ ଚାଇନାକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ସୋମବାର ଏହି ସୂଚନା ଦିଆଯାଇଛି। ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମିଳିତ ଜାତିସଂଘ ଏହି ରିପୋର୍ଟ ଜାରି କରିଛି।
ମିଳିତ ଜାତିସଂଘର ସାମାଜିକ ବ୍ୟାପାର ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୦୨୨ ନଭେମ୍ବର ୧୫ ତାରିଖ ସୁଦ୍ଧା ବିଶ୍ୱର ଲୋକସଂଖ୍ୟା ୮ ଆରବ ହୋଇଯିବା ଅନୁମାନ କରାଯାଉଛି। ୧୯୫୦ ପରଠାରୁ ବିଶ୍ୱର ଜନସଂଖ୍ୟା ଧୀର ଗତିରେ ବଢୁଛି। ୨୦୨୦ରେ, ଜନସଂଖ୍ୟା ଅଭିବୃଦ୍ଧି ହାର ଏକ ପ୍ରତିଶତରୁ କମ ହୋଇଛି। ମିଳିତ ଜାତିସଂଘର ସର୍ବଶେଷ ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ପ୍ରାୟ ୮.୫ ଆରବ ଏବଂ ୨୦୫୦ରେ ୯.୭ ଆରବ ବୃଦ୍ଧି ପାଇବ। ୨୦୮୦ ସୁଦ୍ଧା ଏହା ପ୍ରାୟ ୧୦.୪ ଆରବରେ ପହଞ୍ଚିବ।
ମହାଦେଶ ଅନୁସାରେ ଏସିଆ ମହାଦେଶରେ ସବୁଠାରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ମହାଦେଶର ଲୋକସଂଖ୍ୟା ୪.୭ ଆରବ। ଯାହା ବିଶ୍ୱର ୬୧ ପ୍ରତିଶତ। ଏହା ପରେ ଆଫ୍ରିକା ମହାଦେଶର ଜନସଂଖ୍ୟା ୧.୩ ଆରବ ଅର୍ଥାତ୍‌ ୧୭ ପ୍ରତିଶତ ରହିଛି, ୟୁରୋପର ଜନସଂଖ୍ୟା ୧.୩ ଆରବ ଅର୍ଥାତ୍‌ ୧୦ ପ୍ରତିଶତ, ଲାଟିନ ଆମେରିକା ଏବଂ କାରବିଆନ ଦେଶର ଜନସଂଖ୍ୟା ୬୫ କୋଟି ଅର୍ଥାତ୍‌ ୮ ପ୍ରତିଶତ, ଉତ୍ତର ଆମେରିକା ଜନସଂଖ୍ୟା ୩୭ କୋଟି, ଓସେନିଆର ଲୋକ ସଂଖ୍ୟା ୩୭ କୋଟି ଅର୍ଥାତ୍‌ ୪.୩ କୋଟି ରହିଛି।
ମିଳିତ ଜାତିସଂଘ ରିପୋର୍ଟରେ ୨୦୨୩ ସୁଦ୍ଧା ଭାରତ ଚାଇନାକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

Comments are closed.