ରିମାଣ୍ଡରେ ଗଲା କିଡନୀ କିଙ୍ଗପିନ୍
ଭୁବନେଶ୍ୱର,୨୩ ।୧ : କିଡନୀ କେଳେଙ୍କାରୀ ମାମଲାରେ କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ପୋଲିସ । ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ । ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଖୋର୍ଦ୍ଧା SDJM କୋର୍ଟ । ଡାକ୍ତରଙ୍କ ଲିଙ୍କ ଥିବା ନେଇ ଖୋଲିପାରେ ଗୁମର ।
ତେବେ କିଡନୀ ପାଇଁ ଟଙ୍କା ଲୁଟୁଥିବା ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ହୋଇଥିଲା। କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ । ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା । ଏନେଇ ହିମାଂଶୁ ଭୂଷଣ ନନ୍ଦ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା । ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ପରେ ସହିଦ ନଗର ଥାନାରେ ସାଢେ ୮ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ କରିଥିଲେ କେନ୍ଦ୍ରାପଡା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନି । ରିମାଣ୍ଡରେ ନେଇ ଅଭିଯୁକ୍ତ ସହ ଆଉ କିଏ କିଏ ସଂମ୍ପୃକ୍ତ ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ ସେନେଇ ଖୋଳତାଡ଼ କରିବ ପୋଲିସ ।
Comments are closed.