୧୦୪୭ କିଲୋ ଗଞ୍ଜେଇ ଜବତ ସହ ୭ ଗିରଫ
ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ମିଳିଛି ଏକ ବଡ ସଫଳତା । ଗଞ୍ଜେଇ ଜବତ କରିବା ସହ ୭ ଜଣ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦିବେଦିଙ୍କ ନେତୃତ୍ୱରେ ଏକ ଟିମ ରାତିରେ ବାଲିମେଳା ଏବଂ ଖଡିକାଯୋଡି ଗ୍ରାମ ନିକଟରେ ପୁଲିସ ପେଟ୍ରୋଲିଂ ଚାଲିଥିଲା । ତେବେ ଖଡିକାଯୋଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ଲୋକ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ପୁଲିସ ସନ୍ଦେହ କରି ସେମାନଙ୍କୁ ଜଙ୍ଗଲରେ ଘେରାବନ୍ଦୀ କରି ୭ ଜଣକୁ ଧରିବାରେ ସଫଳ ହୋଇଥିଲେ । ସେମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ବେଳେ ଖଡିକାଯୋଡି ନିକଟସ୍ଥ ଜଙ୍ଗଲରେ ପ୍ରାୟ ୧୦୪୭ କିଲୋ ଗଞ୍ଜେଇ ଲୁଚାଇ ରଖିଥିବା ସ୍ୱୀକାର କରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ପୁଲିସ ଦ୍ବାରା ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ନାମରେ ଗୋଟିଏ କେଶ ରୁଜୁ କରି କୋଟ ଚାଲାଣ କରାଯାଇଛି |
Comments are closed.