ତରଭା ଥାନା ପକ୍ଷରୁ ଧରପଗଡ , ଦୁଇଦିନ ଭିତରେ ଅଚଂଳରୁ ଚୋରା ଗଞ୍ଜେଇ ଓ କଫସିରଫ କାରବାରରେ 5 ଗିରଫ

ତରଭା(କଲ୍ୟାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମଶରା ଫାଣ୍ଡି ଅଞ୍ଚଳରେ ଚୋରାମଦ ଗଂଜେଇ ଓ କଫସିରଫ କାରବାର ପ୍ରାୟତଃ ଲାଗିରହିଛି । ସଦ୍ୟ ଏଇ ଦୁଇ ଦିନ ତଳେ ଶନିବାର ଓ ରବିବାର ଦୁଇଦିନ ମଧ୍ୟରେ କଫସିରଫ ଓ ଗଞ୍ଜେଇ କାରବାର ରେ 5 ଜଣକୁ ତରଭା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶନିବାର ଦିନ କମଶରା ଫାଣ୍ଡି ଅଧିନସ୍ଥ ଗୁନଜିମୁଣା ଛକ ନିକଟରୁ ପଡୋସି ବଲାଙ୍ଗୀର ଜିଲ୍ଲାର ତ୍ରିଲୋଚନ ଓ ମଣ୍ଟୁ ନାମକ ଦୁଇଜଣଙ୍କ ଠାରୁ 12ଟି କଫସିରଫ ବୋତଲ ସହ 5ଟି ଖାଲି ବୋତଲ ଏବଂ ତାଙ୍କ ବ୍ୟବହୃତ 2ଟି ମୋବାଇଲ ,ଗୋଟିଏ କଳା ଲାଲରଙ୍ଗର ଟିଭିଏସ ୱେଗୋ , ନଗଦ 1950 ଟଙ୍କା ପୋଲିସ ଜବତ କରିଛି ।ସେହିପରି ରବିବାର କମଶରା ଫାଣ୍ଡି ଅନ୍ତର୍ଗତ ଦୁବୁଲା ଛକରୁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ 23 କିଗ୍ରା 60 ଗ୍ରାମ ଓଜନର ଗଞ୍ଜେଇ କାରବାରରେ ସଂପୃକ୍ତ 3 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।ସେମାନେ ହେଲେ ରାଜ୍ୟ ବାହାର ଉତ୍ତର ପ୍ରଦେଶର ପୁରେପିଟାଇ ନରସିଂହଭବନ ପ୍ରତାପ ଗଡ ଅଚଂଳର ମହମ୍ମଦ ଇମରାନ ଥିବାବେଳେ ସୁନ୍ଦରଗଡ ଜିଲ୍ଲାର ସୁରେନ୍ଦ୍ର ସିଂ ବେଦବ୍ୟାସ ବିହାରି ଦୋଲା ରାଉଲକେଲା ର ସୁନ୍ଦରବନ ଜିଲ୍ଲାର ବୋଲି ଜଣା ପଡିଛି | ଅନ୍ୟ ଜଣେ ରାମଲଖନ ପାଣ୍ଡେ ନାମକ ସେହି ଜିଲ୍ଲାର ଭୋଜପୁରର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏମାନଙ୍କଠାରୁ ଗଞ୍ଜେଇ ଜବତ କରିବା ସହ ବ୍ୟବହୃତ ଇନୋଭା ଗାଡି ନଂ up70dx9492 କୁ ପୋଲିସ ଜବତ କରି କୋର୍ଟଚାଲାଣ କରିଛି ।

Comments are closed.