ମୋଟର ଗାଡି ଯାଞ୍ଚ ସମୟରେ ଧରାପଡିଲା ଗଞେଇ ଚୋର
ମାଲକାନଗିରି(ଅପୁର୍ବ ଥଣ୍ଡର) – କୁଡୁମୁଲୁଗୁମ୍ମା ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମୋଟର ଗାଡି ଯାଞ୍ଚ ସମୟରେ ଦୁଇ ଜଣ ଗଞେଇ ଚୋରକୁ ଧରିଛି କୁଡୁମୁଲୁଗୁମ୍ମା ପୋଲିସ । ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ରାଜରାସ୍ତାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ହିରୋ ମୋଟର ସାଇକେଲରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରିବା ସମୟରେ ହଠାତ ସେଠାରୁ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲା । ପୋଲିସ ସନ୍ଦେହ ବସତଃ ଉକ୍ତ ମୋଟର ସାଇକେଲର ଡିକି ଖୋଲି ଦେଖିଲା ବେଳକୁ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଛି । ଜବତ ଗଞ୍ଜେଇର ପରିମାଣ ୨୪ କିଲୋଗ୍ରାମ ବୋଲି ପୋଲିସ ସୁଚନା ଦେଇଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଓର୍କେଲ ଥାନାରେ ଏକ କେଶ୍ ରୁଜ୍ଜୁ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡି ଅଧିକାରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି ।
Comments are closed.