ନୂଆଗାଁ ପୁଲିସର ଫ୍ଲାଗ୍ ମାର୍ଚ୍ଚ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆଗାଁ ପୁଲିସ୍ ଦ୍ଵାରା ମାଇଛେଳି ,ମହିପୁର,ବଡ଼ ଗୋଠ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ମାଇ ଛେଳି ପଞ୍ଚାୟତର ସମ୍ପଡ଼ା, ମହିପୁର,ବଡ଼ ଗୋଠ ପଞ୍ଚାୟତ ଡିମିରି ଝରି ଆଦି ସମ୍ବେଦନଶୀଳ ଗ୍ରାମ ଗୁଡିକରେ ନୂଆଗାଁ ପୁଲିସ୍ ଦ୍ଵାରା ଫ୍ଲାଗ ମାର୍ଚ୍ଚ କରାଯାଇଛି।ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୂପେ ପଞ୍ଚାୟତ ନିର୍ବାଚନ ସମାପ୍ତି ହେବା ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି ।
Comments are closed.