ଆରମ୍ଭ ହେଲା ପିଏମ୍ କିଷାନ ଆପ

ନୂଆଦିଲ୍ଲୀ : ଫେସ୍ ପ୍ରମାଣୀକରଣ ବୈଶିଷ୍ଟ୍ୟ ସହିତ ପିଏମ୍-କିଷାନ୍ ମୋବାଇଲ୍ ଆପ୍‌କୁ ଆଜି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଦ୍ବାରା ଆରମ୍ଭ କରାଯାଇଛି। ଏହି ଆପ୍ କୃଷକଙ୍କଠାରୁ ଫେସ୍ ପ୍ରାମାଣୀକରଣ ଜରିଆରେ ଇ-କେୱାଇସିକୁ ଦୂରରୁ ସମ୍ପୂର୍ଣ୍ଣ କରିପାରିବ ଏବଂ ଓଟିପି କିମ୍ବା ଫିଙ୍ଗର ପ୍ରିଣ୍ଟ ବିନା ଚେହେରାକୁ ସହଜରେ ସ୍କାନ କରି ଘରେ ବସି ଇ-କେୱାଇସି କରିବାରେ ସାହାଯ୍ୟ କରିବ। ପ୍ରତ୍ୟେକ ଅଧିକାରୀ ୫୦୦ କୃଷକଙ୍କ ପାଇଁ ଇ-କେୱାଇସି ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ।

ସମଗ୍ର ଦେଶରେ କୃଷି ବିଜ୍ଞାନ କେନ୍ଦ୍ରରେ ଉପସ୍ଥିତ ଥିବା ହଜାର ହଜାର କୃଷକ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ, ବିଭିନ୍ନ ସରକାରୀ ଏଜେନ୍ସି ଏବଂ କୃଷି ସଂଗଠନର ପ୍ରତିନିଧିମାନେ ନୂଆଦିଲ୍ଲୀର କୃଷି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭାରତ ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା। କେୱାଇସି ପରେ ପ୍ରାୟ ୮.୫ କୋଟି କୃଷକ ଏହି ଯୋଜନାର ସାମିଲ୍ ହୋଇଛନ୍ତି।

Comments are closed.