ରାଜ୍ୟ କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପିସିସି ଉପସଭାପତି

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା । ଦଳ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସ ସଭାପତି ଥିଲେ ରଜତ ଚୌଧୁରୀ । ପରେ ତାଙ୍କୁ ପିସିସି ସାଧାରଣ ସଂପାଦକ ପଦ ମିଳିଥିଲା ।

କଂଗ୍ରେସ ଛାଡ଼ିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଗରୁ ନିହାର ମହାନନ୍ଦ, ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ିଛନ୍ତି । ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଛନ୍ତି । ତେବେ ହଠାତ୍‌ ନିର୍ବାଚନ ପୂର୍ବରୁ ରଜତ କ’ଣ ପାଇଁ ଏପରି ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଏ ସମ୍ପର୍କରେ ତାଙ୍କ ମତାମତ ବି ମିଳି ପାରି ନାହିଁ

 

Comments are closed.