ବଜେଟ୍ ଅଧିବେଶନ ଆରମ୍ଭ: ରାଷ୍ଟ୍ରପତି କହିଲେ-୩ କୋଟି ପରିବାରକୁ ପହଞ୍ଚିଛି ‘ନଳର ପାଣି’
ନୂଆଦିଲ୍ଲୀ,୨୯ ।୧: ସଂସଦରେ ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସନଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି । କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି କହିଛନ୍ତି ଯେ, ‘କରୋନ ମହାମାରୀ ବିରୋଧରେ ଏହି ସଂଗ୍ରାମରେ, ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ମଧ୍ୟ କରୋନା ସମୟରେରେ ପରଲୋକ ଘଟିଛି । କରୋନା ସମୟରେ ସଂସଦର ୬ ଜଣ ସଦସ୍ୟ ମଧ୍ୟ ଆମକୁ ଅକାଳରେ ଛାଡି ଚାଲିଯାଇଛନ୍ତି। ମୁଁ ସମସ୍ତଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କରୋନା ସମୟରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନା ବିରୋଧରେ ଦେଶ ଏକଜୁଟ୍ ହୋଇ ଲଢିଛି । ଯେତେେ ସମସ୍ୟା ଆସିଲେ ବି ଦେଶ ଅଟକିଯିବ ନାହିଁ । କରୋନା କାଳରେ ଦେଶ ନୂଆ ସାମର୍ଥ୍ୟ ସହ ଆସିଛି । କରୋନା ସମୟରେ ସରକାର ପ୍ରବାସୀଙ୍କ କଥା ଚିନ୍ତା କରିଛନ୍ତିି । ସଠିକ୍ ନିଷ୍ପତ୍ତି ଯୋଗୁଁ କରୋନା ନିୟନ୍ତ୍ରଣରେ ରହିପାରିଛି । ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି । ଲୋକଙ୍କୁ ମାଗଣା ରାସନ ଓ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ହୋଇଥିଲା । ଉଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମିଳିଥିଲା । ସ୍ୱାମୀନାଥନ ସୁପାରିସ ଲାଗୁ କରି ଏମଏସପି ଦେଢଗୁଣା କରାଯାଇଛି । ଜଳ ସେଚନ ସୁବିଧା ବଢିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ୨୦୧୪ରେ ୨୩୪ ମିଲିୟନ ଟନ୍ ଖାଦ୍ୟ ଉତ୍ପାଦନ ହେଉଥିଲା । ଏବେ ଦେଶର ଖାଦ୍ୟ ଉତ୍ପାଦନର ପରିମାଣ ୧୯୬ ମିଲିୟନ୍ ଟନ୍ ରହିଛି ।’
ଏହା ସହ ରାଷ୍ଟ୍ରପତି କହିଛନ୍ତି ଯେ, ‘ ମୋ ସରକାରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଦେଶର ମାତୃ ଓ ଶିଶୁ ମାତ୍ୟୃହାର କମିବାରେ ଲାଗିଛି । ବିଦ୍ୟାର୍ଥୀଙ୍କ ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତିରେ ମଧ୍ୟ ପରିବର୍ତ୍ତନ ଆସିଛି । ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ଘର ମିଳିବାର ଲକ୍ଷ୍ୟ ରଖାଯାଇଛି । ମୋଦୀ ସରକାର ‘ଜଳ ଜୀବନ ମିଶନ’ ଯୋଜନାରେ କାମ କରୁଛନ୍ତି । ପ୍ରତି ଘରକୁ ସ୍ୱଚ୍ଛ ପାଣି ପହଞ୍ଚାଇବାର ଳକ୍ଷ୍ୟ ରଖାଯାଇଛି । ୩ କୋଟି ପରିବାରକୁ ପାଣି ସୁବିଧା ଯୋଗାଣ ହୋଇଛି । ଆତ୍ମନିର୍ଭର ଭାରତରେ ମହିଳା ଉଦ୍ୟୋଗୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଦ୍ରା ଯୋଜନାରେ ୨୫ କୋଟିରୁ ଅଧିକ ଋଣ ଦିଆଯାଇଛି । ଯେଉଁଥିରେ ୭୦ ପ୍ରତିଶତ ଋଣ ମହିଳାମାନଙ୍କୁ ଦିଆଯାଇଛି । ଦିବ୍ୟାଙ୍ଗ ଓ କିନ୍ନର ପାଇଁ ବହୁ ସୁବିଧା ଯୋଗାଇ ଦିଆଯାଉଛି । ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ନୂଆ ସଂସଦ ନିର୍ମାଣ ହେଉଛି ।’
Comments are closed.