ମାଟ୍ରିକ ପିଲାଙ୍କୁ ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର,୨୧ ।୧: ମାଟ୍ରିିକ୍ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ଏହି ବହି ମିଳିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ‘ପରୀକ୍ଷା ଦର୍ପଣ’ ବହି ପ୍ରସ୍ତୁତ ହୋଇଛିି । ମାଟ୍ରିକ ପିଲାଙ୍କୁ ଏହି ମାଗଣାରେ ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ତେବେ ୭୦୦ ପୃଷ୍ଠାରେ ପ୍ରସ୍ତୁତ ହୋଇଛି ପରୀକ୍ଷା ଦର୍ପଣ ବହି । ମେ ୩ରେ ପରୀକ୍ଷା ହେବ, ତା’ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.