ମହିଳା ମାନେ ପ୍ରତିଦିନ ଖାଆନ୍ତୁ ଅମୃତଭଣ୍ଡା
ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ହୋଇଥାଏ । ସୁସ୍ଥ ରହିବା ପାଇଁ ଡାକ୍ତରମାନେ ନିଜ ଦୈନନ୍ଦିନ ଡାଏଟରେ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି । ଫଳ ଭିତରେ ଅମୃତଭଣ୍ଡାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଯାହାକୁ କଞ୍ଚା ଓ ପାଚିଲା ଉଭୟ ଭାବରେ କହିହୁଏ । ପାଚିଲା ଭଣ୍ଡାକୁ ଆପଣ ଫଳ ଭାବରେ ଖାଉଥିବାବେଳେ କଞ୍ଚା ଭଣ୍ଡାକୁ ପରିବା ଭାବରେ ଖାଇପାରିବେ । ଯାହାକୁ ତରକାରୀ, ସାଲାଡ ତଥା ପରଠା ଆଦି ସହ ଖାଇପାରିବେ । ଏମିତିରେ ଅମୃତଭଣ୍ଡାରେ ଅନେକ ପ୍ରକାରର ପୋଷକତତ୍ତ୍ୱ ରହିଛି । ଯେଉଁଥିରେ ଅନେକ ପ୍ରକାରର ଭିଟାମିନ, ଏଞ୍ଜାଇମ ସମେତ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟସ ବି ମହଜୂତ ଥାଏ । ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ଅମୃତଭଣ୍ଡା ଖାଇବା ଲାଭଦାୟୀ ହୋଇଥାଏ | କଞ୍ଚା ଭଣ୍ଡାରେ ଥିବା ଭିଟାମିନ ଇ, ସି, ବି, ଏ, ମ୍ୟାଗନେସିୟମ, ପୋଟାସିୟମ, ମିନେରାଲ୍ସ ପରି ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ । ବିଶେଷ କରି ମହିଳା ମାନେ କଞ୍ଚା ଭଣ୍ଡା ଖାଇବା ଉଚିତ । ଓଡ଼ିଆ ଘରେ ସାଧାରଣତଃ କଞ୍ଚା ଭଣ୍ଡା ଆମେ ଡ଼ାଲେମା କିମ୍ବା ସନ୍ତଳାରେ ହିଁ ବ୍ୟବହାର କରିଥାଉ । ଅଥବା ଆପଣ ଚାଟ କିମ୍ବା କୋଫତା ଆଦି ବନେଇ ବି ଖାଇପାରିବେ । ତେବେ ଅମୃତଭଣ୍ଡାରୁ ଶରୀରକୁ କଣ କଣ ଲାଭ ମିଳିଥାଏ ଆସନ୍ତୁ ଜାଣିରଖିବା ।
ପିରିୟ୍ଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳେ:
କଞ୍ଚା ଭଣ୍ଡାରେ ଏଞ୍ଜାଇମ, ନ୍ୟୁଟ୍ରିଏଣ୍ଟସ ପ୍ରଚୁର ଥାଏ । ଯାହାକୁ ଖାଇବା ଦ୍ୱାରା ମହିଳାଙ୍କୁ ପିରିୟ୍ଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କଞ୍ଚା ଅମୃତଭଣ୍ଡା ଆପଣଙ୍କ ଶରୀରରେ ଅକ୍ସିଟୋସିନ ଓ ପ୍ରୋସ୍ଟାଇଙ୍ଗଡିନ ନାମକ ହର୍ମୋନ ବଢ଼ାଇଥାଏ । ପିରିୟ୍ଡ଼ସ ସମୟରେ ହେଉଥିବା ଦରଜରୁ ମୁକ୍ତି ମିଳିଥାଏ ।
ୟୁରିନ ଇନଫେକ୍ସନ ସମସ୍ୟାରୁ ସାହାଯ୍ୟ କରେ:
ମହିଳାଙ୍କ ଠାରେ ୟୁରିନ ଇନଫେକ୍ସନର ସମସ୍ୟା ଥାଏ । ଏହି ସମସ୍ୟାରୁ କିଛିଟା ମୁକ୍ତି ପାଇବା ପାଇଁ ଆପଣ କଞ୍ଚା ଭଣ୍ଡା ଖାଇପାରିବେ । ଏହା ଆପଣଙ୍କ ଶରୀରରେ ଇନଫେକ୍ସନ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଠାରୁ ମୁକ୍ତି ଦିଏ ।
Comments are closed.