ଭାରତରେ ବନ୍ଦ ହେଲା ପାକିସ୍ତାନ ଟୁଇଟର ଆକାଉଣ୍ଟ୍

ନୂଆଦିଲ୍ଲୀ :ସାନ୍‌ଫ୍ରାନ୍‌ସିସ୍‌କୋ: ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ବ୍ଲକ୍‌ କରିଦିଆଯାଇଥିବା କଥା ଆଜି ‘ଟୁଇଟର୍‌’ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଅଦାଲତଙ୍କ ଆଦେଶ ବା ଆଇଗତ ଆବଶ୍ୟକତାକୁ ଚାହିଁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ‘ଟୁଇଟର୍‌’ କମ୍ପାନିର ଗାଇଡ୍‌ଲାଇନ୍‌ ‘ଟୁଇଟର୍‌’କୁ ବାଧ୍ୟ କରିଛି।

କୌଣସି ବ୍ୟକ୍ତିବିଶେଷ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ ‘ଆକ୍‌ସେସ୍‌’ କରିବାକୁ ଉଦ୍ୟମ କଲେ ସେଥିରେ ଦେଖାଯାଉଛି, ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ @GovtofPakistan ର ଆକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇଛି।

ସୂଚନାଯୋଗ୍ୟ, ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ୨ଥର ବ୍ଲକ୍‌ କରାଗଲାଣି। ପ୍ରଥମେ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌ ୨୦୨୨ ଅକ୍ଟୋବର୍‌ରେ ବ୍ଲକ୍‌ କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ପାକିସ୍ତାନ ସରକାରଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ କିଛି ବ୍ଲକ୍‌ ହୋଇଥିଲା, କିନ୍ତୁ ତୁରନ୍ତ ସଚଳ କରିଦିଆଯାଇଥିଲା।

‘ରଏଟର୍ସ’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନଡା ଭଳି ଦେଶରେ କିନ୍ତୁ, ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌ ଦେଖି ହେବା ସହିତ ସେଥିରେ ଭାବବିନିମୟ ବି କରାଯାଇପାରୁଛି।

Comments are closed.