ଏକ ଦେଶ ଏକ ନିର୍ବାଚନକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚିନ୍ତାଧାରାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଏହା କେନ୍ଦ୍ର ଏବଂ ସବୁ ରାଜ୍ୟ ଉପରେ ଆକ୍ରମଣ ବୋଲି ସେ ମତ ଦେଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି ଯେ ଇଣ୍ଡିଆ, ଯାହାକୁ ଭାରତ କୁହାଯାଏ ତାହା ରାଜ୍ୟଗୁଡ଼ିକର ସମାହାର। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚିନ୍ତାଧାରା କେନ୍ଦ୍ର ଏବଂ ସବୁ ରାଜ୍ୟ ଉପରେ ଏକ ଆକ୍ରମଣ ବୋଲି ସେ ଉଲ୍ଲେଖ କରିଛନ୍ତି। ଦେଶରେ ଏକସଙ୍ଗେ ନିର୍ବାଚନ ପାଇଁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ ରାହୁଲ ଏଭଳି ଟ୍ବିଟ କରିଛନ୍ତି।

ଅନ୍ୟପକ୍ଷରେ ଉକ୍ତ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହୋଇଥିବା କମିଟିରେ କଂଗ୍ରେସରେ ଲୋକସଭାର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସେ ଏଥିରେ ରହିବା ଆମନ୍ତ୍ରଣକୁ ପ୍ରତ୍ୟାଖାନ କରିଦେଇଛନ୍ତି। କମିଟିରେ ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ରଖା ନଯାଇଥିବାରୁ ଅଧୀର ଏହା ଉପରେ ଖେଦୋକ୍ତି ପ୍ରକାଶ କରିଛନ୍ତି।

Comments are closed.