ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ ପ୍ରତ୍ୟେକ ପ୍ରସଙ୍ଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିତ ଜାତିସଂଘରେ ‘ଶାନ୍ତି ସଂସ୍କୃତି’ ପ୍ରସଙ୍ଗରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ରାଷ୍ଟ୍ରଦୂତ ମୁନିର ଆକ୍ରାମ ଭାରତ ବିରୋଧରେ କହିଥିଲେ ଏବଂ କଶ୍ମୀର, ସିଏଏ ଏବଂ ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଏହାର ଜବାବରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି।

ରୁଚିରା କାମ୍ବୋଜ କହିଛନ୍ତି,ଏହି ସଭାରେ ଆମେ ଶାନ୍ତି ସଂସ୍କୃତି ବିଷୟରେ କହୁଛୁ। ଏହିପରି ଚ୍ୟାଲେଞ୍ଜିଂ ସମୟରେ, ଆମର ଧ୍ୟାନ ଗଠନମୂଳକ ସଂଳାପ ଉପରେ ରହିବା ଉଚିତ୍‌। ଏଭଳି ପରିସ୍ଥିତିରେ ଆମେ ଗୋଟିଏ ପ୍ରତିନିଧୀ ଦଳ (ପାକିସ୍ତାନ) ଙ୍କ ମନ୍ତବ୍ୟକୁ ଅଣଦେଖା କରିବା ଉଚିତ। କାରଣ ସେମାନଙ୍କର କେବଳ ଶୈଳୀ ଅଭାବ ନୁହେଁ, ବରଂ ସେମାନଙ୍କର ନିସ୍ବେ ଟ୍ରାକ ରେକର୍ଡ ପ୍ରତ୍ୟେକ ପ୍ରସଙ୍ଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେମାନଙ୍କର ବିନାଶକାରୀ ଏବଂ କ୍ଷତିକାରକ ପ୍ରକୃତି ହେତୁ, ସେମାନେ ମଧ୍ୟ ଆମର ସାମୂହିକ ପ୍ରୟାସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆମ ଦେଶ ବିଶ୍ୱାସ କରେ ଯେ ସମଗ୍ର ବିଶ୍ୱ ଗୋଟିଏ ପରିବାର ଏବଂ ମିଳିତ ଜାତିସଂଘ ବିଧାନସଭାର ସମସ୍ତ ସଦସ୍ୟ ଦେଶ ମଧ୍ୟ ଏହାକୁ ବିଶ୍ୱାସ କରିବା ଉଚିତ। ଏହହା ଦ୍ୱାରା ଶାନ୍ତି ସଂସ୍କୃତି ପ୍ରଚାର ହୋଇପାରିବ।

କାମ୍ବୋଜ କହିଛନ୍ତି, ବିଶ୍ୱର ଆହ୍ବାନ ବୃଦ୍ଧି ପାଉଛି। ଅସହିଷ୍ଣୁତା, ଭେଦଭାବ ଏବଂ ଧର୍ମ ଭିତ୍ତିକ ହିଂସା ବୃଦ୍ଧି ପାଇଁ ଆହ୍ବାନଗୁଡିକ ଜରୁରୀ ଧ୍ୟାନ ଆବଶ୍ୟକ କରେ। ଚର୍ଚ୍ଚ, ବୌଦ୍ଧ ସ୍ଥାନ, ଗୁରୁଦ୍ୱାର, ମସଜିଦ, ମନ୍ଦିର ଏବଂ ଯିହୁଦୀ ମନ୍ଦିର ପରି ପବିତ୍ର ସ୍ଥାନ ଉପରେ ଆକ୍ରମଣର ବୃଦ୍ଧି ଘଟୁଥିବା ନେଇ ଆମେ ଚିନ୍ତିତ।

ସୂଚନାଯୋଗ୍ୟ ଯେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଏବଂ ଗୁରୁଦ୍ୱାର ଉପରେ ଆକ୍ରମଣ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି।

Comments are closed.