ଭୁବନେଶ୍ୱର : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଅନନ୍ୟ ଓ ଅଭିନବ କବିତା ପାଠୋତ୍ସବର ଆୟୋଜନ କରାଯାଇଛି। ସୋମବାର ଅପରାହ୍ନ ୩ଟାରେ ରାଜ୍ୟର ୨୫ଟି ଜିଲାର ୧୨୫ଟି ସ୍ଥାନରେ ୨୦ଜଣ କରି ମୋଟ ଅଢ଼େଇ ହଜାର କବି ଏକ ସମୟରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବେ। ବାକି ୫ଟି ଜିଲାରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସରି ଯାଇଛି। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଏକାଡେମୀ ପ୍ରତିନିଧି ସମ୍ପାଦନ କରିବେ। ଏହାର ଭିଡିଓକୁ ରେକର୍ଡ କରାଯାଇ ଲିମ୍କା ବୁକ୍ ଅଫ୍ ରେକଡର୍ସ ଓ ଗିନିଜ ବୁକ୍ ରେକଡର୍ସରେ ସ୍ଥାନିତ କରିବାକୁ ଉଭୟ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏକାଡେମୀର ଏହି ପ୍ରୟାସ ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି ବୋଲି ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ ପ୍ରକାଶ କରିଛନ୍ତି। ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଉଛି।
Comments are closed.