IPLରେ ଚମକିବେ ଓଡ଼ିଆ ଖେଳାଳି
କଟକ,୨୨ ।୧: IPL ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA । ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ, ତାରିଣୀ ସଙ୍କ ନାଁ ସୁପାରିସ ହୋଇଛି । ଚଳିତ ସିଜିନରେ ଏହି ଖେଳାଳିଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଆଇପିଏଲର ବିଡିଂ ଆରମ୍ଭ ହେବ । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ ନେଇ ସୂଚନା ଦେଇଛନ୍ତି OCA CEO ସୁବ୍ରତ ବେହେରା ।
ତେବେ ଫେବୃଆରୀ ୧୬ରେ ଆଇପିଏଲ୍ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦। କୌଣସି ଆଇପିଏଲ୍ ଦଳ ସହ ଚୁକ୍ତି କରି ନ ଥିବା ଖେଳାଳି ଆଇପିଏଲ୍ ନିଲାମ ଲାଗି ଅନଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିବାକୁ ବିସିସିଆଇ ନିର୍ଦେଶ ଦେଇଛି। ଏଥିପାଇଁ ଫେବୃଆରୀ ୪ ଶେଷ ତାରିଖ ଥିବା ବେଳେ ଡାକରେ ନିଜ ନାମ ପଠାଇବା ଲାଗି ଶେଷ ତାରିଖ ଫେବୃଆରୀ ୧୨ ରଖାଯାଇଛି। ତେବେ ସମସ୍ତ ଖେଳାଳି ନିଜ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଜରିଆରେ ଆବେଦନ କରିବାକୁ ହେବ।
Comments are closed.