ସିମ୍‌‌ ବକ୍ସ ରାକେଟ ପଛରେ ଚୀନ୍‌ ଠକ, ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ପରେ ଆସିଥିଲା ଓଡ଼ିଶା

ଭୁବନେଶ୍ୱରରୁ ସିମ୍‌‌ ବକ୍ସ ଜବତ ହେବା ମାମଲାରେ ମିଳିଛି ସାଂଘାତିକ ତଥ୍ୟ। ଚାଇନାର ଜଣେ ଅଦୃଶ୍ୟ ଠକ ଏହି ସିମ୍‌‌ ବକ୍ସ ରାକେଟ୍‌‌ର ମୁଖ୍ୟ। ସେ ବାଂଲାଦେଶୀ ଅସଦୁର ସାହାଯ୍ୟରେ ଭାରତରେ ସିମ୍‌‌ ବକ୍ସ ରାକେଟ୍‌‌ ଚଲାଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଆଜି ଗିରଫ ରାଜୁ ମଣ୍ଡଳକୁ କମିସନରେଟ୍‌‌ ପୁଲିସ ପୁଣି ୨ଦିନିଆ ରିମାଣ୍ଡରେ ଆଣିଛି। ସକାଳୁ ଝାରପଡ଼ା ଜେଲ୍‌‌ରୁ ରାଜୁକୁ ଅଣାଯିବା ପରେ ଏନ୍‌‌ଆଇଏ ଏବଂ ପୁଲିସ ମାରାଥନ ଜେରା କରିଥିଲେ। ରାଜୁକୁ ଆତଙ୍କୀ ଲିଙ୍କ୍‌‌ ନେଇ ଏନ୍‌‌ଆଇଏ ଜେରା କରିଛି। ରାଜୁର ଆକାଉଣ୍ଟକୁ ଅନ୍ୟ ରାଜ୍ୟରୁ ଆସିଥିବା କିଛି ଟଙ୍କା ଟ୍ରାଞ୍ଜାକ୍‌‌ସନକୁ ନେଇ ପୁଲିସର ସନ୍ଦେହ ବଢ଼଼ିଛି। ଟଙ୍କା ଅନ୍ୟ ରାଜ୍ୟରୁ କିଏ ପଠାଇଛି ସେନେଇ ମଧ୍ୟ ଛାନ୍‌‌ଭିନ୍‌‌ କରାଯାଉଛି। ଏନ୍‌‌ଆଇଏ ତଦନ୍ତରୁ ଜଣାପଡ଼ିଛି ଏହି ପଚରା ରାକେଟ୍‌‌ ପଛରେ ଚୀନ୍‌‌ କିଙ୍ଗ୍‌‌ପିନ୍‌‌ର ହାତ ରହିଛି। ଜବତ ୧୭ଟି ସିମ୍‌‌ବକ୍ସ ଚୀନ୍‌‌ରୁ ଆସିଥିଲା କାମ୍ୱୋଡିଆ, ଥାଇଲାଣ୍ଡ, ଲାଓସ୍‌‌ରେ ଖୋଲିଥିଲା କଲ୍‌‌ ସେଣ୍ଟର।

ସିମ୍‌‌ ବକ୍ସ ରାକେଟର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ସିବିଆଇ ମାଧ୍ୟମରେ ଇଣ୍ଡରପୋଲର ସହାୟତା ନେଇଛି। ଚାଇନାରୁ ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ପରେ ଓଡ଼ିଶା ଆସିଥିଲା ସିମବକ୍ସ। ଦେଶ ବାହାରେ କଲ୍‌‌ସେଣ୍ଟର କରି ଭରତୀୟ ଯୁବକଙ୍କୁ ଚାକିରି ଦେଇ ସାଇବର ଠକେଇ କରୁଥିଲା ଚାଇନା ଠକ। ଚୀନ୍‌‌ରେ ବସି ସିମବକ୍ସ ଜରିଆରେ ସାଇବର ନେଟ୍‌‌ୱର୍କ ଚଳାଇ ଥିଲା ଅଦୃଶ୍ୟ ଠକ। ଖାଲି ସେତିକି ନୁହେଁ; କାମ୍ୱୋଡ଼ିଆ, ଥାଇଲାଣ୍ଡ, ଲାଓସ୍‌‌ରେ ଖୋଲିଥିଲା କଲ୍‌‌ ସେଣ୍ଟର। ଆଉ ଏହି କଲ୍‌‌ ସେଣ୍ଟରରେ ଭାରତୀୟ ଯୁବକ ଯୁବତୀଙ୍କୁ ମିଳିଥିଲା ନିଯୁକ୍ତି। ଭଲ ହିନ୍ଦୀ ଆଉ ଇଂରାଜୀ କହୁଥିବା ଯୁବକ ଯୁବତୀଙ୍କୁ ଦିଆଯାଇଥିଲା ନିଯୁକ୍ତି। ଲୋକଙ୍କୁ ଫୋନ୍‌‌ ଓ ମେସେଜ ପଠା ଯାଉଥିଲା ଏହି କଲ ସେଣ୍ଟରରୁ। ଯେଉଁମାନଙ୍କ ପାଖକୁ ଫୋନ୍‌‌ ଯାଉଥିଲା ସେମାନଙ୍କର ଟିକିଏ ବି ସନ୍ଦେହ ହେଉନଥିଲା ଏହି ଠକଙ୍କ ଉପରେ।

Comments are closed.