ଦିନ ୧୧.୩୦ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ତେବେ ଏହି ପ୍ରସଙ୍ଗକୁ ନେଇ ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭା ହୁଲସ୍ତୁଲ ହୋଇଛି ।  ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ରାଜ୍ୟରେ କେତୋଟି ସାମୁଦ୍ରିକ ଥାନା ରହିଛି ସେ ନେଇ ଆଲୋଚନା  ହେଉଥିଲା । ତେବେ ଏତିକି ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ରୁଚିକା ମହାନ୍ତି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ ।  ପ୍ରଶ୍ନକାଳକୁ ବାଦଦେଇ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇବାକୁ ଦାବି କରି ବିରୋଧୀ ଦଳ ସଦସ୍ୟ ହୋହାଲ୍ଲା କରିଥିଲେ । ତେବେ ବାଚସ୍ପିତି ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳ ସଦସ୍ୟମାନଙ୍କୁ ନିଜ ନିଜ ସିଟକୁ ଫେରିଯିବାକୁ କହିଥିଲେ ହେଁ ସେମାନେ କିଛି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଶ୍ରୀ ଆରୁଖ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Comments are closed.