ପୁଣି ବୁଡ଼ ଡ୍ରୋନ ପରୀକ୍ଷା କଲେ ଉତ୍ତର କୋରିଆ

ସିଓଲ୍‌: ଉତ୍ତର କୋରିଆ ପୁଣି ଗୋଟାଏ ପାଣି ଭିତରେ ଥାଇ ଆକ୍ରମଣ କରିପାରୁଥିବା ଆଣବିକ ଅସ୍ତ୍ରବାହୀ ଡ୍ରୋନ୍‌ ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।

‘କେସିଏନ୍‌ଏ’ ରିପୋର୍ଟରେ ଉଲ୍ଲେଖ ଅଛି, ୪ରୁ ୭ ଏପ୍ରିଲ୍‌ ଭିତରେ ଉତ୍ତର କୋରିଆ ପାଣି ଭିତରେ ଥାଇ ଆକ୍ରମଣ କରିବାକୁ ସମର୍ଥ ଆଣବିକ ଅସ୍ତ୍ରବାହୀ ‘ଡ୍ରୋନ୍‌’ ‘ହେଲି-୨’ ପରୀକ୍ଷା କରିଛି। ଏହା ପୂର୍ବରୁ ଉତ୍ତର କୋରିଆ ‘ହେଲି-୧’ ନାମରେ ଏହି ଧରଣର ଗୋଟାଏ ‘ଡ୍ରୋନ୍‌’ ପରୀକ୍ଷା କରିଥିଲା। କୋରିଆ ଭାଷାରେ ‘ହେଲି’ର ଅର୍ଥ ସୁନାମି।

ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି। ଏହି ପାଣି ଭିତର ଯୁଦ୍ଧାସ୍ତ୍ର ବ୍ୟବସ୍ଥା ଏବଂ ତା’ର ଭୟାବହ ଆକ୍ରମଣ ସାମର୍ଥ୍ୟ ନିର୍ଭରଯୋଗ୍ୟ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଛି। ରାଷ୍ଟ୍ରାୟତ ଗଣମାଧ୍ୟମ ରିଲିଜ୍‌ କରିଥିବା ଫଟୋରେ ଦେଖାଯାଉଛି ଗୋଟାଏ ପ୍ରକାଣ୍ଡ ତଥା କଳା ରଙ୍ଗର ବୁଡ଼ାଜାହାଜ (ଟର୍ପିଡୋ) ଆକୃତିର ଡ୍ରୋନ୍‌ ପାଣି ଭିତରେ ଗତି କରି ସମୁଦ୍ର ଉପର ଜଳରାଶିରେ ବିସ୍ଫୋରିତ ହେଉଛି।

କିନ୍ତୁ, ଏହି ‘ବୁଡ଼ା ଡ୍ରୋନ୍‌’ ଉତ୍ତର କୋରିଆ ନୌସେନାରେ ସାମିଲ କରାଯିବା ସଂକ୍ରାନ୍ତରେ କେତେକ ସମୀକ୍ଷକ ସନ୍ଦିହାନ ଅଛନ୍ତି।

Comments are closed.