ସମଲିଙ୍ଗୀ ସମ୍ପର୍କକୁ ନାଁ, ସୁପ୍ରିମକୋର୍ଟ

ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ଆଇନରେ ପରିବର୍ତ୍ତନ ଆଣିବା ସଂସଦଙ୍କ ଅଧିକାର ପରିସରରେ ଆସୁଛି। ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସିଜେଆଇ ଡି ୟାଇ ଚନ୍ଦ୍ରଚୁଡ, ସମଲିଙ୍ଗୀ ବିବାହକୁ ଅନୁମତି ଦେଇ ନାହାନ୍ତି। ଏହା ସଂସଦର ଅଧିକାର ଅଧୀନରେ ଅଛି। ତେବେ ସିମଲିଙ୍ଗୀ ଯୋଡିକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସିଜେଆଇ ଅନୁମତି ଦେଇଛନ୍ତି। ସିଜେଆଇ ଆହୁରି କହିଛନ୍ତି, ସମଲିଙ୍ଗୀ ବିବାହ ଚିନ୍ତାଧାରା କେବଳ ସହରରେ ସୀମିତ ନାହିଁ। ଗାଁରେ ଚାଷ କାମ କରୁଥିବା ମହିଳା ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି। ତେଣୁ ସମଲିଙ୍ଗୀ ସମ୍ପର୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.