ଏପ୍ରିଲରୁ ଆଉ ହେବନି ରବିବାର କ୍ଲାସ

ଭୁବନେଶ୍ୱର: କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଇଁ ଆସସିଛି ବଡ ଖବର । ଆସନ୍ତା ଏପ୍ରିଲରୁ ଆଉ ହେବନି ରବିବାର କ୍ଲାସ । ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲରୁ ହେବ ରିଭିଜନ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ‘ପ୍ରାୟତଃ କୋର୍ସ ଶେଷ ହୋଇଆସିଲାଣି, ସେଥିପାଇଁ ରେଗୁଲାର କ୍ଲାସ ଜରୁରୀ ନାହିଁ । ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ କଭର ହୋଇଯିବ ।’

ଏଥିପାଇଁ ରିଭିଜନ କ୍ଲାସ ବେଳେ ଆଉ ରବିବାରରେ କ୍ଲାସ ହେବନାହିଁ । ସ୍କୁଲରେ ପିଲାଙ୍କ ସଂଖ୍ୟା ଧୀରେଧୀରେ କମିବାକୁ ଲାଗିଲାଣି । ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Comments are closed.