ଉଦ୍ଧବଙ୍କୁ ଭେଟିଲେ ନୀତିଶ

ମୁମ୍ବାଇ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏକ ବିଜେପି-ବିରୋଧୀ ମେଣ୍ଟ ଗଠନ ପାଇଁ ନୀତୀଶ କୁମାରଙ୍କ ଉଦ୍ୟମ ଜାରି ରହିଛି । ସେ ବିରୋଧୀ ଦଳ ନେତାଙ୍କ ସହ ବୈଠକ ଜାରି ରଖିଛନ୍ତି । ମାତ୍ର ଦୁଇ ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ନୀତୀଶ କୁମାର ଆଜି ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ସମୟରେ ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହ ଥିଲେ । ଉଦ୍ଧବଙ୍କୁ ଭେଟିବା ପରେ ନୀତୀଶ କହିଛନ୍ତି ଯେ ଅଧିକରୁ ଅଧିକ ବିରୋଧୀ ଦଳ ଏକାଠି ହେବା ଦରକାର । ଉଦ୍ଧବ ମଧ୍ୟ ନୀତୀଶଙ୍କ ଏହି ବୟାନକୁ ସମର୍ଥନ କରିଛନ୍ତି ଓ କହିଛନ୍ତି, ଆମକୁ ଏକଜୁଟ ହୋଇ ଆଗକୁ ବଢ଼ିବାକୁ ପଡ଼ିବ। ଆଜି ସେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ତାଙ୍କ ତାଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଯାଇ ଭେଟିବେ ।

ଏହି ଆଲୋଚନା ସଂପର୍କରେ ଦୁଇଦିନ ତଳେ ଖୋଦ ଶରଦ ପାଓ୍ବାର ସୂଚନା ଦେଇଥିଲେ । ଏହି ସାକ୍ଷାତ ସଂପର୍କରେ ସେ କହିଥିଲେ ଯେ ଆମର ମତ ହେଉଛି ଦେଶରେ ବିଜେପି ସରକାରର ଏକ ବିକଳ୍ପର ଆବଶ୍ୟକତା ରହିଛି । ଏଣୁ ସମସ୍ତେ ଏକାଠି ହେବା ଆବଶ୍ୟକ । ନବୀନ ପଟ୍ଟନାୟକ ଓ ଉଦ୍ଧବଙ୍କୁ ଭେଟିବା ପୂର୍ବରୁ ନୀତୀଶ ରାହୁଲ ଗାନ୍ଧି, ଅରବିନ୍ଦ କେଜ୍ରିଓ୍ବାଲ, ସପା ମଧ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ସେହିପରି ଆଜି ( ମେ ୧୧) ସେ ମଧ୍ୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ ।

Comments are closed.