ରାହୁଲ ଖାର୍ଗେଙ୍କୁ ଭେଟିଲେ ନୀତିଶ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିଛନ୍ତି।ଏହି ସାକ୍ଷାତ ବେଳେ ‘ଜନତାଦଳ (ୟୁନାଇଟେଡ୍‌)ର ଅଧ୍ୟକ୍ଷ ଲାଲନ ସିଂହ ମଧ୍ୟ ଉପସ୍ଥିତ ଥିଲେ।
ଚାରି ନେତା ଏକତ୍ର ହୋଇଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ମଧ୍ୟ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସେୟାର୍‌ କରିଛି।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ଜାତୀୟ ରାଜଧାନୀସ୍ଥିତ ଖଡ୍‌ଗେଙ୍କ ବାସଭବନରେ ଏହି ବୈଠକ ବସିଥିଲା। ‘ଏଏନ୍‌ଆଇ’ ସେୟାର୍‌ କରିଥିବା ଆଉ ଏକ ଭିଡିଓରେ ଦେଖାଯାଉଛି କି, ତେଜସ୍ବୀ ଓ ଲାଲ୍‌ନଙ୍କ ସହିତ ନୀତୀଶ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ରାହୁଲ୍‌ ଗାନ୍ଧୀଙ୍କ ସହିତ କଥାବାର୍ତ୍ତା କରୁଛନ୍ତି।
ବୈଠକରେ ଯାଦବ ଓ କୁମାର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ୨୦୨୪ ସଂସଦୀୟ ନିର୍ବାଚନରେ ‘ବିଜେପି’କୁ ମୁକାବିଲା କରିବା ଲାଗି ବିରୋଧୀ ଦଳମାନଙ୍କର ଏକତା ସୁଦୃଢ଼ିକରଣ ପ୍ରସଙ୍ଗରେ ଆଲୋଚନା କରିଥି‌ବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଥିବା କୁମାର ରହଣି ସମୟରେ କେତେଜଣ ବିରୋଧୀ ନେତାଙ୍କୁ ସାକ୍ଷାତ କରିବେ ବ‌ୋଲି ଆଶା କରାଯାଉଛି। ସେହିପରି, ‘ବିଜେପି’କୁ ମୁକାବିଲା କରିବା ଲାଗି ଖଡ୍‌ଗେ ମଧ୍ୟ ନିକଟ ଅତୀତରେ ସମଭାବାପନ୍ନ ବିରୋଧୀ ଦଳର ନେତାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।

Comments are closed.